इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ପରାମର୍ଶ

ଅଧ୍ୟୟନ ପାଇଁ ପରାମର୍ଶ

ଯିହୋବାଙ୍କ ବିଷୟରେ ଖୋଜିବା ବହୁମୂଲ୍ୟ ରତ୍ନ

ଯେବେ ଆମେ ବାଇବଲର କୌଣସି ଭାଗ ପଢ଼ୁ, ତେବେ ଅନ୍ୟ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରି ଆମେ ସେହି ବିଷୟକୁ ଆହୁରି ଭଲଭାବେ ବୁଝିପାରିବା । କିନ୍ତୁ ଆମେ କେବଳ ଅନୁସନ୍ଧାନ କରି ତଥ୍ୟଗୁଡ଼ିକୁ ଏକାଠି କରିବା ନାହିଁ । ଆମକୁ ଏପରି ରତ୍ନଗୁଡ଼ିକ ଖୋଜିବାର ଅଛି, ଯାହା ସାହାଯ୍ୟରେ ଆମେ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିବା ଏବଂ ଆହୁରି ପ୍ରେମ କରିପାରିବା । ତେଣୁ ବାଇବଲ ପଢ଼ିବା ସମୟରେ ଆମେ ଭାବିପାରିବା, ‘ଏହି ଘଟଣାରୁ ମୁଁ ଯିହୋବାଙ୍କ ବିଷୟରେ କʼଣ ଶିଖିଲି ?’

ଆମେ ଭାବିପାରିବା, କେଉଁ କଥାରୁ ଜଣାପଡ଼େ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି, ସେ ବହୁତ ବୁଦ୍ଧିମାନ ଅଟନ୍ତି, ସବୁବେଳେ ନ୍ୟାୟ କରନ୍ତି ଏବଂ ବହୁତ ଶକ୍ତିଶାଳୀ ଅଟନ୍ତି । କିନ୍ତୁ ଯିହୋବାଙ୍କଠାରେ ଆହୁରି ଅନେକ ବଢ଼ିଆ ଗୁଣ ଅଛି । ଆପଣ ଏବିଷୟରେ କେଉଁଠୁ ଜାଣିପାରିବେ ?

ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେୟହୋୱା ପରମେଶ୍ୱର” ବିଷୟ ତଳେ ଦିଆଯାଇଥିବା ଉପଶୀର୍ଷକ “ୟହୋୱା କେ ଗୁଣ” ଦେଖନ୍ତୁ । ତାʼପରେ ଆପଣ ବାଇବଲର ସେହି ଭାଗରୁ ଯିହୋବାଙ୍କ ଯେଉଁ ଗୁଣଗୁଡ଼ିକ ବିଷୟରେ ଜାଣିଲେ, ସେବିଷୟରେ ଆହୁରି ବୁଝିବା ପାଇଁ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ଲେଖା ପଢ଼ନ୍ତୁ ।