इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଈଶ୍ୱରଙ୍କ ରାଜ୍ୟ କʼଣ ?

ଈଶ୍ୱରଙ୍କ ରାଜ୍ୟ କʼଣ ?

ଅନେକ ଲୋକ ପ୍ରାର୍ଥନା କରନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ଆସୁ । କିନ୍ତୁ କʼଣ କେବେ ଆପଣ ଭାବିଛନ୍ତି ଯେ ଈଶ୍ୱରଙ୍କ ରାଜ୍ୟ କʼଣ ଓ ଏହା କʼଣ କରିବ ?

ଧ୍ୟାନ ଦିଅନ୍ତୁ ଯେ ବାଇବଲ କʼଣ କହେ:

  • ଈଶ୍ୱରଙ୍କ ରାଜ୍ୟ କʼଣ ?

    ଏହା ସ୍ୱର୍ଗରୁ ଶାସନ କରିବାକୁ ଯାଉଥିବା ଗୋଟିଏ ସରକାର ଅଟେ, ଯାହାର ରାଜା ଯୀଶୁ ଖ୍ରୀଷ୍ଟ ଅଟନ୍ତି ।—ଯିଶାଇୟ ୯:୬, ୭; ମାଥିଉ ୫:୩; ଲୂକ ୧:୩୧-୩୩.

  • ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

    ଏହା ସମସ୍ତ ଦୁଷ୍ଟତାକୁ ଦୂର କରିଦେବ ଓ ପୃଥିବୀରେ ପ୍ରକୃତ ଶାନ୍ତି ଆଣିବ ।—ଦାନିୟେଲ ୨:୪୪; ମାଥିଉ ୬:୧୦.

  • ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରିବାର ଅର୍ଥ କʼଣ ?

    ଏହାର ଅର୍ଥ ହେଉଛି ଯେ ଆମେ ଏହି ରାଜ୍ୟକୁ ପୂରାପୂରି ସହଯୋଗ ଦେବା ଓ ଭରସା ରଖିବା ଯେ କେବଳ ଏହି ରାଜ୍ୟ ପୃଥିବୀରେ ଈଶ୍ୱରଙ୍କ ଇଚ୍ଛା ପୂରା କରିବ ।—ମାଥିଉ ୬:୩୩; ୧୩:୪୪.