ଏବେଠୁ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରନ୍ତୁ !
ଭାବନ୍ତୁ, ଆପଣଙ୍କ ଅଞ୍ଚଳରେ ଗୋଟିଏ ଭୟଙ୍କର ଝଡ଼ ତୋଫାନ ଆସିବାକୁ ଯାଉଛି । ଅଧିକାରୀ ସମସ୍ତଙ୍କୁ ଶୀଘ୍ର ନିଜ ଜାଗା ଛାଡ଼ି ଗୋଟିଏ ସୁରକ୍ଷିତ ଜାଗାରେ ଆଶ୍ରୟ ନେବାକୁ କହୁଛନ୍ତି । ଏପରି ସମୟରେ ଆପଣ କʼଣ କରିବେ ? ନିଶ୍ଚୟ ଆପଣ ଆଶ୍ରୟ ନେବା ପାଇଁ ଗୋଟିଏ ସୁରକ୍ଷିତ ଜାଗା ଖୋଜିବେ ।
ଦେଖିବାକୁ ଗଲେ ଆମ ସମୟରେ ମଧ୍ୟ ଗୋଟିଏ ଭୟଙ୍କର “ଝଡ଼ ତୋଫାନ” ଆସିବାକୁ ଯାଉଛି । ଯୀଶୁ ସେହି ତୋଫାନକୁ “ମହାକ୍ଲେଶ” କହିଲେ । (ମାଥିଉ ୨୪:୨୧) ଏହି ତୋଫାନକୁ ଆସିବାରୁ କେହି ବି ରୋକିପାରିବେନି, କିନ୍ତୁ ଏଥିରୁ ରକ୍ଷା ପାଇବା ପାଇଁ ଆମେ ନିଶ୍ଚୟ କିଛି ପଦକ୍ଷେପ ନେଇପାରିବା । ତାହା କʼଣ ?
ଯୀଶୁ ଖ୍ରୀଷ୍ଟ ନିଜ ପାର୍ବତ୍ୟ ଉପଦେଶରେ ଏହା ପରାମର୍ଶ ଦେଲେ, “ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର ।” (ମାଥିଉ ୬:୩୩) ଆମେ ଏହି ପରାମର୍ଶକୁ କିପରି ମାନିପାରିବା ?
ପ୍ରଥମେ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରି । ତାʼଅର୍ଥ ହେଉଛି ଯେ ଆମକୁ ଈଶ୍ୱରଙ୍କ ରାଜ୍ୟକୁ ଅନ୍ୟ ଜିନିଷଗୁଡ଼ିକଠାରୁ ଅଧିକ ମହତ୍ତ୍ୱ ଦେବା ଉଚିତ୍ । (ମାଥିଉ ୬:୨୫, ୩୨, ୩୩) ତାହା କାହିଁକି ? କାରଣ ମଣିଷମାନେ ଦୁନିଆର ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି । କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ମଣିଷମାନଙ୍କ ବଡ଼ରୁ ବଡ଼ ସମସ୍ୟାଗୁଡ଼ିକୁ ସମାଧାନ କରିପାରିବ ।
ଈଶ୍ୱରଙ୍କ ଧାର୍ମିକତାକୁ ଅନ୍ୱେଷଣ କରି । ଆମେ ଈଶ୍ୱରଙ୍କ ନିୟମ ଓ ସିଦ୍ଧାନ୍ତଗୁଡ଼ିକ ଉପରେ ଚାଲିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍ । କାହିଁକି ? କାରଣ ଯଦି ଆମେ ନିଜେ ନିଷ୍ପତ୍ତି ନେବା ଯେ ଠିକ୍ ଓ ଭୁଲ କʼଣ ଅଟେ, ତେବେ ପରିଣାମ ବହୁତ ଖରାପ ହେବ । (ହିତୋପଦେଶ ୧୬:୨୫) କିନ୍ତୁ ଯଦି ଆମେ ଈଶ୍ୱରଙ୍କ ସ୍ତରଗୁଡ଼ିକ ଅନୁସାରେ ବଞ୍ଚିବା, ତାହେଲେ ଆମେ ତାଙ୍କୁ ଖୁସି କରିପାରିବା ଓ ନିଜେ ବି ଖୁସି ରହିବା ।—ଯିଶାଇୟ ୪୮:୧୭, ୧୮.
ଆମକୁ ଈଶ୍ୱରଙ୍କ ରାଜ୍ୟ ଓ ତାଙ୍କ ଧାର୍ମିକତାକୁ ଲଗାତାର ଅନ୍ୱେଷଣ କରିବାର ଅଛି । ଯୀଶୁ ସଚେତନ କରିଥିଲେ ଯେ କିଛି ଲୋକମାନଙ୍କ ଧ୍ୟାନ ଈଶ୍ୱରଙ୍କ ରାଜ୍ୟରୁ ହଟିଯିବ । ହୁଏତ ସେମାନଙ୍କୁ ଲାଗେ ଯେ ଅଧିକରୁ ଅଧିକ ପଇସା ରୋଜଗାର କଲେ, ସେମାନେ ନିଜ ଭବିଷ୍ୟତ ସୁରକ୍ଷିତ କରିପାରିବେ । ଆଉ କିଛି ଲୋକ ନିଜ ଜୀବନରେ ଏତେ ବ୍ୟସ୍ତ ଥାନ୍ତି ଯେ ସେମାନଙ୍କ ମାଥିଉ ୬:୧୯-୨୧, ୨୫-୩୨.
ପାଖରେ ଈଶ୍ୱରଙ୍କ ରାଜ୍ୟକୁ ଅନ୍ୱେଷଣ କରିବା ପାଇଁ ସମୟ ହିଁ ବଞ୍ଚେନି ।—କିନ୍ତୁ ଯୀଶୁ ପ୍ରତିଜ୍ଞା କଲେ ଯେ ଯେଉଁ ଲୋକମାନେ ଆଜି ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରନ୍ତି, ସେମାନଙ୍କୁ ବଞ୍ଚିବା ପାଇଁ ଯାହା ବି ଆବଶ୍ୟକ ଜିନିଷ ଅଛି ସେସବୁ ମିଳିବ । ତାʼସହ ସେମାନଙ୍କୁ ଭବିଷ୍ୟତରେ ବହୁତ ଆଶିଷ ମିଳିବ ।—ମାଥିଉ ୬:୩୩.
ପ୍ରଥମ ଶତାବ୍ଦୀରେ ଯୀଶୁଙ୍କ ଶିଷ୍ୟମାନେ ଈଶ୍ୱରଙ୍କ ରାଜ୍ୟ ଓ ତାଙ୍କ ଧାର୍ମିକତାକୁ ଅନ୍ୱେଷଣ କରୁଥିଲେ, କିନ୍ତୁ ସେମାନଙ୍କ ବଞ୍ଚିଥିବା ଯାଏ ସମସ୍ତ ଦୁଃଖକଷ୍ଟର ବିନାଶ ହେଲାନି । ତଥାପି ସେମାନଙ୍କର ସୁରକ୍ଷା କରାଗଲା । କିପରି ? ଆସନ୍ତୁ ଦେଖିବା ।
ଈଶ୍ୱରଙ୍କ ସ୍ତରଗୁଡ଼ିକୁ ମାନି ଯୀଶୁଙ୍କ ଶିଷ୍ୟମାନେ ସେହି କଷ୍ଟଗୁଡ଼ିକରୁ ରକ୍ଷା ପାଇଲେ, ଯାହା ଈଶ୍ୱରଙ୍କ ସ୍ତରଗୁଡ଼ିକୁ ନ ମାନିଲେ ଆସେ । ଶିଷ୍ୟମାନଙ୍କୁ ପୂରା ବିଶ୍ୱାସ ଥିଲା ଯେ ଈଶ୍ୱରଙ୍କ ରାଜ୍ୟ ଆସିବ, ତେଣୁ ସେମାନେ ବଡ଼ ବଡ଼ ସମସ୍ୟାର ସାମନା କରିପାରିଲେ । ତାʼଛଡ଼ା ସେହି ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଈଶ୍ୱର ସେମାନଙ୍କୁ ‘ସେହି ମହାଶକ୍ତି ଦେଲେ, ଯାହା ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ ।’—୨ କରିନ୍ଥୀୟ ୪:୭-୯.
କʼଣ ଆପଣ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରିବେ ?
ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଯୀଶୁଙ୍କ ଆଜ୍ଞା ପାଳନ କଲେ ଓ ଈଶ୍ୱରଙ୍କ ରାଜ୍ୟକୁ ଅନ୍ୱେଷଣ କଲେ । ସେମାନେ ଜାଗା ଜାଗାରେ ଯାଇ ସେହି ରାଜ୍ୟ ବିଷୟରେ ଖୁସିର ଖବର ଶୁଣାଇଲେ । (କଲସୀୟ ୧:୨୩) କʼଣ ଆଜି ବି କେହି ଏହି କାମକୁ କରୁଛନ୍ତି ?
ହଁ ! ଯିହୋବାଙ୍କ ସାକ୍ଷୀମାନେ ଭଲଭାବେ ଜାଣନ୍ତି ଯେ ଶୟତାନର ଦୁନିଆକୁ ବିନାଶ କରାଯିବାର ବହୁତ କମ୍ ସମୟ ରହିଯାଇଛି । ଖୁବ୍ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ଏହି ଦୁନିଆକୁ ବିନାଶ କରିଦେବ । ତେଣୁ ସେମାନେ ଯୀଶୁଙ୍କ ଏହି କଥା ମାନିବା ପାଇଁ ପୂରା ଚେଷ୍ଟା କରୁଛନ୍ତି, “ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ ।”—ମାଥିଉ ୨୪:୧୪.
କʼଣ ଆପଣ ଏହି ଖୁସିଖବର ଉପରେ ଧ୍ୟାନ ଦେବେ ? ଆମେ ଆପଣଙ୍କୁ ପ୍ରୋତ୍ସାହନ ଦେଉ ଯେ ଆପଣ ସେହି ଲୋକମାନଙ୍କ ଭଳି ହୁଅନ୍ତୁ, ଯେଉଁମାନେ ପ୍ରଥମ ଶତାବ୍ଦୀରେ ବେରୟା ନାମକ ସହରରେ ରହୁଥିଲେ । ଯେବେ ପ୍ରେରିତ ପାଉଲ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଖୁସିର ଖବର ଶୁଣାଇଲେ, ତେବେ ସେମାନେ ‘ପୂର୍ଣ୍ଣ ଆଗ୍ରହର’ ସହ ସନ୍ଦେଶ ଶୁଣିଲେ । ପାଉଲଙ୍କ କଥା ସତ ଅଟେ ନା ନାହିଁ, ଏହା ଜାଣିବା ପାଇଁ ସେମାନେ “ଶାସ୍ତ୍ର ଅନୁସନ୍ଧାନ” କଲେ । ତାʼପରେ ଯେବେ ସେମାନଙ୍କୁ ଭରସା ହୋଇଗଲା ଯେ ଏହି କଥାଗୁଡ଼ିକ ସତ ଅଟେ, ତେବେ ସେମାନେ ତାʼ ଅନୁସାରେ ପଦକ୍ଷେପ ଉଠାଇଲେ ।—ପ୍ରେରିତ ୧୭:୧୧, ୧୨.
ଆପଣ ମଧ୍ୟ ବେରୟାର ଲୋକମାନଙ୍କ ଭଳି ଶାସ୍ତ୍ରର ଯାଞ୍ଚ କରିପାରିବେ । ଭରସା ରଖନ୍ତୁ, ଈଶ୍ୱରଙ୍କ ରାଜ୍ୟ ଓ ତାଙ୍କ ଧାର୍ମିକ ସ୍ତରଗୁଡ଼ିକୁ ଲଗାତାର ଅନ୍ୱେଷଣ କଲେ ଆପଣ କେବଳ ଆଜି ନୁହେଁ, ବରଂ ଭବିଷ୍ୟତରେ ମଧ୍ୟ ପ୍ରକୃତ ଶାନ୍ତି ଓ ସୁରକ୍ଷା ପାଇପାରିବେ ।