इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

“ତୁମ୍ଭର ରାଜ୍ୟ ଆସୁ”​—ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା

“ତୁମ୍ଭର ରାଜ୍ୟ ଆସୁ”​—ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା

ହଜାର ହଜାର ବର୍ଷରୁ ଲକ୍ଷ ଲକ୍ଷ ଲୋକେ ଏହି ପ୍ରାର୍ଥନା କରି ଆସୁଛନ୍ତି ଯେ “ତୁମ୍ଭର ରାଜ୍ୟ ଆସୁ ।” ସେମାନେ କାହିଁକି ଏହି ପ୍ରାର୍ଥନା କରନ୍ତି ? କାରଣ ଯୀଶୁ ନିଜ ଶିଷ୍ୟମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ପାଇଁ ପ୍ରାର୍ଥନା କରିବା ଶିଖାଇଥିଲେ ।

ଶିଷ୍ୟମାନେ ଆରମ୍ଭରେ ସେହି କଥାଗୁଡ଼ିକୁ ବୁଝିପାରିଲେ ନାହିଁ, ଯାହା ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କହିଥିଲେ । ଥରେ ସେମାନେ ଯୀଶୁଙ୍କୁ ପଚାରିଲେ, “ହେ ପ୍ରଭୁ, ଆପଣ କଅଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁ ଅଛନ୍ତି ?” ଯୀଶୁ ସେମାନଙ୍କ ପ୍ରଶ୍ନର ସିଧା ସିଧା ଉତ୍ତର ଦେଲେ ନାହିଁ, ଯାହାଯୋଗୁଁ ହୁଏତ ଶିଷ୍ୟମାନେ ଚକିତ ହୋଇଯାଇଥିବେ । (ପ୍ରେରିତ ୧:୬, ୭) ତାହେଲେ କʼଣ ଏହାର ଅର୍ଥ ଆମେ କେବେ ଜାଣିପାରିବାନି ଯେ ଈଶ୍ୱରଙ୍କ ରାଜ୍ୟ କʼଣ ଓ ଏହା କେବେ ଆସିବ ? ଏପରି ନୁହେଁ ।

ପ୍ରହରୀଦୁର୍ଗର ଏହି ସଂଖ୍ୟାରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବ:

  • ଆମକୁ ଈଶ୍ୱରଙ୍କ ରାଜ୍ୟର ଆବଶ୍ୟକତା କାହିଁକି ଅଛି ?

  • ଈଶ୍ୱରଙ୍କ ରାଜ୍ୟର ରାଜା କିଏ ଅଟନ୍ତି ?

  • ଏହି ରାଜ୍ୟ ପୃଥିବୀରେ କେବେ ଶାସନ କରିବ ?

  • ଏହା ମଣିଷମାନଙ୍କ ପାଇଁ କʼଣ କରିବ ?

  • ଆମକୁ ଏବେଠୁ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କାହିଁକି କରିବା ଉଚିତ୍‌ ?

  • ଈଶ୍ୱରଙ୍କ ରାଜ୍ୟ କʼଣ ?