ଆବଶ୍ୟକ ରହିଛି ନୂଆ ଦୁନିଆର
ମିଳିତ ଜାତିସଂଘ ସାରା ପୃଥିବୀରେ ଶାନ୍ତି ଆଣିବା ପାଇଁ ଚେଷ୍ଟା କରୁଛି । ସେହି ସଂଗଠନର ଜଣେ ବଡ଼ ଅଧିକାରୀ କହନ୍ତି, “ଦୁନିଆର ପରିସ୍ଥିତି ବହୁତ ଖରାପ ଅଛି ।” ଆପଣଙ୍କୁ କʼଣ ଲାଗେ ?
ସବୁଆଡ଼େ ଖରାପ ଖବର ଶୁଣିବାକୁ ମିଳୁଛି, ଯେପରି:
ବିଭିନ୍ନ ରୋଗ ଓ ମହାମାରୀ ହେଉଛି
ବନ୍ୟା ଓ ଭୂମିକମ୍ପ ହେଉଛି
ଦରିଦ୍ରତା ଓ ଖାଇବାର ଅଭାବ ହେଉଛି
ପ୍ରଦୂଷଣ ଓ ପୃଥିବୀର ତାପମାତ୍ରା ବଢ଼ି ବଢ଼ି ଚାଲିଛି
ଅପରାଧ, ହତ୍ୟା ଓ ଭ୍ରଷ୍ଟାଚାର ବଢ଼ୁଛି
ଯୁଦ୍ଧରେ ଅନେକ ଲୋକଙ୍କ ମୃତ୍ୟୁ ହେଉଛି
ଆମେ ସମସ୍ତେ ଚାହୁଁ ଯେ ପୃଥିବୀର ପରିସ୍ଥିତି ଭଲ ହେଉ ଏବଂ . . .
ରୋଗ ନ ରହୁ
କୌଣସି କଥା ପାଇଁ ଡର ନ ରହୁ
ଭରପୂର ଖାଇବାକୁ ମିଳୁ
ପାଣି ପବନ ଶୁଦ୍ଧ ରହୁ
ଅନ୍ୟାୟ ନ ହେଉ
ସବୁଆଡ଼େ ଶାନ୍ତି ରହୁ
ଖୁବ୍ ଶୀଘ୍ର ପୃଥିବୀର ପରିସ୍ଥିତି ବଢ଼ିଆ ହୋଇଯିବ, ସେତେବେଳେ ସବୁକିଛି କିପରି ଥିବ ?
ଯେଉଁ ପୃଥିବୀରେ ଆମେ ରହୁଛୁ ତାହା କʼଣ ବିନାଶ ହୋଇଯିବ ?
ଯେତେବେଳେ ପୃଥିବୀ ନୂଆ ହୋଇଯିବ, ସେଇଠି ରହିବା ପାଇଁ ଆମକୁ କʼଣ କରିବାକୁ ହେବ ?
ଈଶ୍ୱର ପବିତ୍ର ଶାସ୍ତ୍ର ବାଇବଲରେ ଏବିଷୟରେ କହିଛନ୍ତି । ପ୍ରହରୀଦୁର୍ଗ ପତ୍ରିକାର ଏହି ସଂଖ୍ୟାରେ ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ।