ପରମେଶ୍ୱର ଦୁଃଖଭୋଗ ପାଇଁ ଅନୁମତି ଦିଅନ୍ତି କାହିଁକି ?
ଅଧ୍ୟାୟ ୮
ପରମେଶ୍ୱର ଦୁଃଖଭୋଗ ପାଇଁ ଅନୁମତି ଦିଅନ୍ତି କାହିଁକି ?
୧, ୨. ମଣିଷର ଦୁଃଖକଷ୍ଟ ପ୍ରତି ଲୋକମାନେ କିପରି ପ୍ରତିକ୍ରିଆ ଦେଖାନ୍ତି ?
ଯେତେବେଳେ ବିପଦ ଆସେ, ଆଉ ବହୁତ ଧନ ସମ୍ପତି ନଷ୍ଟ ହୁଏ, ଲୋକେ ବୁଝିପାରନ୍ତି ନାହିଁ ଯେ, ଏହି ସବୁ ଭୟଙ୍କର ବିପଦ କାହିଁକି ଘଟୁଅଛି । ଅପରାଧ ଓ ହିଂସା ବଢ଼ିଯିବା ଦ୍ୱାରା ଅନ୍ୟମାନେ କ୍ରୂରତା ଓ ନିର୍ଦୟତାରେ ବ୍ୟାକୁଳ ହୁଅନ୍ତି । ଆପଣ ମଧ୍ୟ ଭାବୁଥିବେ, ‘କାହିଁକି ଈଶ୍ୱର ଦୁଃଖକଷ୍ଟକୁ ଅନୁମତି ଦେଇଛନ୍ତି ?’
୨ ଅନେକ ଲୋକଙ୍କର ପରମେଶ୍ୱରଙ୍କ ଉପରୁ ବିଶ୍ୱାସ ତୁଟିଗଲାଣି, କାରଣ ସେମାନଙ୍କୁ ଏହି ପ୍ରଶ୍ନର ସନ୍ତୋସପ୍ରଦ ଉତ୍ତର ମିଳୁନାହିଁ । ସେମାନେ ଅନୁଭବ କରନ୍ତି ଯେ, ମାନବଜାତି ପ୍ରତି ପରମେଶ୍ୱରଙ୍କର ଆଉ ଆଗ୍ରହ ନାହିଁ । ଅନ୍ୟମାନେ ଦୁଃଖକଷ୍ଟକୁ ଭାଗ୍ୟରେ ଅଛି ବୋଲି ଭାବି ନିଅନ୍ତି, ସେମାନେ ହତାଶ ହୋଇ ମଣିଷ ସମାଜରେ ଘଟୁଥିବା ସବୁ ବିଘ୍ନ ପାଇଁ ପରମେଶ୍ୱରଙ୍କୁ ଦାୟୀ କରନ୍ତି । ଯଦି ଆପଣ ଏହି ପ୍ରକାର ଚିନ୍ତା କରୁଛନ୍ତି, ସମ୍ଭବତ ଆପଣ ମଧ୍ୟ ବାଇବଲ ବାଣୀ ଉପରେ ବିଶେଷ ଆଗ୍ରହ ପ୍ରକାଶ କରିପାରିବେ ।
ଦୁଃଖକଷ୍ଟ ପରମେଶ୍ୱରଙ୍କ ଆଡ଼ୁ ଆସିନାହିଁ
୩, ୪. କାହିଁକି ଆମେ ନିଶ୍ଚିତ ହୋଇପାରୁ ଯେ, ମନ୍ଦବିଷୟ ଓ କଷ୍ଟଭୋଗ ଯିହୋବାଙ୍କ ଦ୍ୱାରା ହୁଏନାହିଁ ?
୩ ଏହି ଦୁଃଖକଷ୍ଟ ଯାହା ଆମେ ଆମ ଚାରିପାଖରେ ଦେଖୁଛୁ, ତାʼର କାରଣ ଯିହୋବା ଈଶ୍ୱର ନୁହନ୍ତି, ଏହା ବାଇବଲ ନିର୍ଭର ଭାବେ କହେ । ଉଦାହରଣସ୍ୱରୁପ ଖ୍ରୀଷ୍ଟିଆନ ଶିଷ୍ୟ ଯାକୁବ ଲେଖିଛନ୍ତି: “‘ମୁଁ ଈଶ୍ୱରଙ୍କ ଦ୍ୱାରା ପରୀକ୍ଷିତ ହୋଇଅଛି’ ବୋଲି କେହି ପରୀକ୍ଷା କାଳରେ ନ କହୁ । କାରଣ ଈଶ୍ୱର ମନ୍ଦ ବିଷୟ ଦ୍ୱାରା କଦାପି ପରୀକ୍ଷିତ ହୁଅନ୍ତି ନାହିଁ କିମ୍ବା ସେ ନିଜେ କାହାକୁ କେବେ ପରୀକ୍ଷା କରନ୍ତି ନାହିଁ ।” (ଯାକୁବ ୧:୧୩, O.C.B.) ଏଥିଯୋଗୁଁ ମାନବଜାତିକୁ ପୀଡ଼ିତ କରୁଥିବା ଅନେକ କଷ୍ଟର କାରଣ ପରମେଶ୍ୱର ନୁହନ୍ତି । ସେ ଲୋକମାନଙ୍କୁ ସ୍ୱର୍ଗୀୟ ଜୀବନ ପାଇଁ ଯୋଗ୍ୟ କରିବାକୁ ପରୀକ୍ଷା କରନ୍ତି ନାହିଁ କିଅବା ସେ ସେମାନେ ମନେକରୁଥିବା ଅତୀତର ଅପକର୍ମ ପାଇଁ କଷ୍ଟ ଦିୟନ୍ତି ନାହିଁ ।—ରୋମୀୟ ୬:୭.
୪ ଏହା ସଙ୍ଗେ ସଙ୍ଗେ ଯଦିଓ ବହୁ ଭୟଙ୍କର ବିଷୟ ପରମେଶ୍ୱର ଅଥବା ଖ୍ରୀଷ୍ଟଙ୍କ ନାମରେ ହୋଇଛି, ଏପରି କାର୍ଯ୍ୟକୁ କେବେହେଁ ଏଦୁହିଁଙ୍କ ଭିତରୁ କେହିବି ଅନୁମୋଦନ କରିଛନ୍ତି, ଏପରି କୌଣସି ସୂଚନା ବାଇବଲରେ ନାହିଁ । ଈଶ୍ୱର ଓ ଖ୍ରୀଷ୍ଟଙ୍କ ସଙ୍ଗେ ସେମାନଙ୍କର କୌଣସି ସମ୍ପର୍କ ନାହିଁ ଯେଉଁମାନେ ତାଙ୍କର ଉପାସନା କରନ୍ତି ବୋଲି ଦାବି କରନ୍ତି, ଅଥଚ ଠକାନ୍ତି, ପ୍ରତାରଣା କରନ୍ତି, ହତ୍ୟା ଓ ଲୁଣ୍ଠନ କରନ୍ତି, ଏବଂ ଆହୁରି ଅନେକ କିଛି କରନ୍ତି ଯାହା ମଣିଷକୁ କଷ୍ଟ ଦିଏ । ବାସ୍ତବରେ, “ଦୁଷ୍ଟର ଗତି ସଦାପ୍ରଭୁ [ଯିହୋବାଙ୍କର] ଘୃଣାର ବିଷୟ ।” ପରମେଶ୍ୱର “ଦୁଷ୍ଟମାନଙ୍କଠାରୁ ଦୁରରେ ରହନ୍ତି ।”—ହିତୋପଦେଶ ୧୫:୯, ୨୯.
୫. ଯିହୋବାଙ୍କ ଗୁଣାବଳୀ କʼଣ ଏବଂ ତାଙ୍କର ସୃଷ୍ଟ ପ୍ରାଣୀମାନଙ୍କ ସମ୍ପର୍କରେ ସେ କʼଣ ଅନୁଭବ କରନ୍ତି ?
୫ ବାଇବଲ ବର୍ଣ୍ଣନା କରେ ଯେ, “ଯିହୋବା ସ୍ନେହପୂର୍ଣ୍ଣ ଓ କରୁଣାମୟ ।” (ଯାକୁବ , NW) ଏହା ଘୋଷଣା କରେ ଯେ, “ସଦାପ୍ରଭୁ [ଯିହୋବା] ନ୍ୟାୟ ବିଚାର ଭଲ ପାଆନ୍ତି ।” (ଗୀତସଂହିତ ୩୭:୨୮; ୫:୧୧ଯିଶାଇୟ ୬୧:୮) ସେ ପ୍ରତିହିଂସା ପରାୟଣ ନୁହନ୍ତି । ସେ ତାଙ୍କର ସୃଷ୍ଟ ପ୍ରାଣୀମାନଙ୍କର କରୁଣା ସହକାରେ ଯତ୍ନ ନିଅନ୍ତି ଏବଂ ସମସ୍ତଙ୍କୁ ସେମାନଙ୍କର ମଙ୍ଗଳ ପାଇଁ ସର୍ବୋତ୍ତମ ବ୍ୟବସ୍ଥା ଦିଅନ୍ତି । (ପ୍ରେରିତ ୧୪:୧୬, ୧୭) ଯିହୋବା ପୃଥିବୀରେ ଜୀବସୃଷ୍ଟିର ଆରମ୍ଭରୁ ଏହି ପ୍ରକାରେ କରିଥିଲେ ।
ଗୋଟିଏ ବିଶୁଦ୍ଧ ଆରମ୍ଭ
୬. ମାନବଜାତିର ପ୍ରାଥମିକ ଇତିହାସ ସମ୍ବନ୍ଧରେ କେତେକ ପୌରାଣିକ କାହାଣୀ କିପରି ପରୋକ୍ଷ ଭାବେ ଉଲ୍ଲେଖ କରେ ?
୬ ଆମେସବୁ ଦୁଖଃକଷ୍ଟ ଦେଖିବା ଓ ସହ୍ୟ କରିବାରେ ଅଭ୍ୟସ୍ତ । ଦୁଃଖକଷ୍ଟ ବିହୀନ ଗୋଟିଏ ସମୟ କଳ୍ପନା କରିବା ହୁଏତ କଠିନ ହୋଇପାରେ, କିନ୍ତୁ ମାନବ ଇତିହସର ଆରମ୍ଭରେ ସବୁକଛି ସେହିପ୍ରକାର ଥିଲା । କେତେକ ଦେଶର ପୌରାଣିକ କାହାଣୀଗୁଡ଼କ ଏହିପରି ସୁଖମୟ ଆରମ୍ଭ ବିଷୟରେ ପରୋକ୍ଷଭାବେ ଉଲ୍ଲେଖ କରିଅଛି । ଗ୍ରୀକ୍ ପୌରାଣିକ କାହାଣୀରେ ମଣିଷର ପାଞ୍ଚଟି ଯୁଗ ମଧ୍ୟରୁ ପ୍ରଥମଟିକୁ “ସୁବର୍ଣ୍ଣ ଯୁଗ” କୁହାଯାଉ ଥିଲା । ସେହି ଯୁଗରେ ଲୋକମାନେ ପରିଶ୍ରମ, କଷ୍ଟ ଓ ବାର୍ଦ୍ଧକ୍ୟରୁ ମୁକ୍ତ ହୋଇ ସୁଖରେ ଜୀବନଯାପନ କରୁଥିଲେ । ଚୀନ୍ ଦେଶର ଲୋକମାନେ କହନ୍ତି ଯେ ପୌରାଣିକ ପିତ ସମ୍ରାଟ (ହ୍ୱାଙ୍ଗ ଟି)ଙ୍କ ରାଜତ୍ୱ କାଳରେ ଲୋକମାନେ ଶାନ୍ତିରେ ବାସ କରୁଥିଲେ, ଏପରିକି ପ୍ରାକୃତିକ ପରିବେଶ ଓ ବନ୍ୟପଶୁମାନଙ୍କ ସଙ୍ଗରେ ସୁସମ୍ପର୍କ ଉପଭୋଗ କରୁଥିଲେ । ପାରସ୍ୟ, ମିଶର, ତିବ୍ବତ୍, ପେରୁ ଓ ମେକ୍ସିକୋର ଅଧିବାସୀଗଣ—ଏସମସ୍ତଙ୍କ କିମ୍ବଦନ୍ତୀରେ ମାନବଜାତିର ପ୍ରାରମ୍ଭିକ ସମୟରେ ସୁଖ ଏବଂ ସିଦ୍ଧତାର କଥା ପ୍ରଚଳିତ ଅଛି ।
୭. ପରମେଶ୍ୱର କାହିଁକି ପୃଥିବୀରେ ମାନବଜାତିକୁ ସୃଷ୍ଟି କରିଥିଲେ ?
୭ ବିଭିନ୍ନ ଦେଶର ପୌରାଣିକ କାହାଣୀସବୁ ମାନବ ଇତିହାସର ସବୁଠାରୁ ପୁରାତନ ଲିଖିତ ବିବରଣୀ—ବାଇବଲର ପ୍ରତିଧ୍ୱନି ମାତ୍ର । ଏହା ଆମକୁ ଜଣାଏ ଯେ ପ୍ରଥମ ମାନବ ଦମ୍ପତି, ଆଦମ ଓ ହବାକୁ ଈଶ୍ୱର ଏକ ଏଦନ ଉଦ୍ୟାନ ନାମକ ପାରଦୀଶରେ ରଖିଥିଲେ ଏବଂ ସେମାନଙ୍କୁ ଆଦେଶ ଦେଇଥିଲେ, “ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର ।” (ଆଦି ପୁସ୍ତକ ୧:୨୮) ଆମର ଆଦି ପିତାମାତା ପୂର୍ଣ୍ଣ ସିଦ୍ଧତା ଉପଭୋଗ କରୁଥିଲେ ଏବଂ ସେମାନଙ୍କ ପାଖରେ ସମ୍ପୂର୍ଣ୍ଣ ପୃଥିବୀକି ଏକ ପାରଦୀଶରେ ପରିଣତ କରିବା ଓ ଦେଖିବାର ଆଶା ଥିଲା, ଯେଉଁଠାରେ ଗୋଟିଏ ସିଦ୍ଧ ମାନବ ପରିବାର ଚିରସ୍ଥାୟୀ ସୁଖ ଓ ଶାନ୍ତିରେ ବାସ କରିପରିଥାନ୍ତେ । ପୃଥିବୀ ଓ ମଣିଷଜାତିକୁ ସୃଷ୍ଟିକରିବା ମୂଳରେ ଏହାହିଁ ଈଶ୍ୱରଙ୍କ ଉଦ୍ଦେଶ୍ୟ ଥିଲା—ଯିଶାଇୟ ୪୫:୧୮.
ଏକ ବିଦ୍ୱେଷପୂର୍ଣ ଆହ୍ୱାନ
୮. ଆଦମ ଓ ହବା କେଉଁ ଆଜ୍ଞା ପାଳନ କରିବେ ବୋଲି ଆଶା କରାଯାଇଥିଲା, କିନ୍ତୁ କʼଣ ଘଟିଥିଲା ?
୮ ପରମେଶ୍ୱରଙ୍କ ଅନୁଗ୍ରହରେ ରହିବା ପାଇଁ ଆଦମ ଓ ହବାକୁ “ସଦ୍ସତ୍ ଜ୍ଞାନଦାୟକ ବୃକ୍ଷର” ଫଳ ଖାଇବାର ନଥିଲା । (ଆଦିପୁସ୍ତକ ୨:୧୬, ୧୭) ମାନବଜାତିର କ୍ଷତି ପାଇଁ କିଛି ଦୁଃଖକଷ୍ଟ ହୋଇ ନଥାନ୍ତା ଯଦି ସେମାନେ ଈଶ୍ୱରଙ୍କ ନିୟମ ମାନିଥାନ୍ତେ । ଈଶ୍ୱରଙ୍କ ଆଜ୍ଞା ମାନିଥିଲେ, ସେମାନେ ଯିହୋବାଙ୍କ ପ୍ରତି ନିଜର ପ୍ରେମ ଓ ନିଷ୍ଠାକୁ ଦେଖାଇ ପାରିଥାନ୍ତେ । (୧ ଯୋହନ ୫:୩) କିନ୍ତୁ ଯେପରି ଆମେ ଅଧ୍ୟାୟ ୬ ରୁ ଜାଣିଲୁ, ସେହିପରି ହେଲାନାହିଁ । ଶୟତାନ ଦ୍ୱାରା ପ୍ରତାରିତ ହୋଇ ହବା ସେହି ବୃକ୍ଷର ଫଳ ଭକ୍ଷଣକଲା । ପରେ ଆଦମ ମଧ୍ୟ ସେହି ନିଷିଦ୍ଧ ଫଳ ଖାଇଥିଲା ।
୯. ଯିହୋବାଙ୍କୁ ଜଡ଼ିତକରି ଶୟତାନ କି ପ୍ରସଙ୍ଗ ଉତ୍ଥାପନ କରିଥିଲା ?
୯ ଯାହା ଘଟିଗଲା ତାʼର ଗୁରୁତ୍ୱ ଆପଣ କʼଣ ବୁଝୁଛନ୍ତି ? ଶୟତାନ ପରମ ପ୍ରଧାନ ରୂପରେ ଯିହୋବାଙ୍କ ସ୍ଥାନକୁ ଆକ୍ରମଣ କରି କହିଲା, “ତୁମେ ନିଶ୍ଚିତ ରୂପେ ମରିବ ନାହିଁ ।” ଏହା କହିବା ଦ୍ୱାରା ଶୟତାନ ପରମେଶ୍ୱରଙ୍କ ବାକ୍ୟକୁ ଖଣ୍ଡନକଲା, ଯେହେତୁ ପରମେଶ୍ୱର କହିଥିଲେ, “ତୁମେ ନିଶ୍ଚିତ ରୂପେ ମରିବ ।” ଶୟତାନର ପରବର୍ତ୍ତି ଉକ୍ତିରୁ ଏହା ସୁସ୍ପଷ୍ଟ ଯେ ଯିହୋବା, ଆଦମ ଓ ହବାକୁ ତାଙ୍କ ତୁଲ୍ୟ ହେବାର ସମ୍ଭାବନାକୁ ଗୁପ୍ତ ରଖଥିଲେ, ଏଣୁ ସେମାନଙ୍କର ଭଲମନ୍ଦ ବିଷୟ ନିର୍ଣ୍ଣୟ କରିବା ପାଇଁ ପରମେଶ୍ୱରଙ୍କ ଆବଶ୍ୟକତା ନଥିଲା । ଶୟତାନର ଯୁକ୍ତି ବିଶ୍ୱର ସାର୍ବଭୌମ ସର୍ବାଧିକାରୀ ରୂପେ ଯିହୋବାଙ୍କ ଆସନର “ନ୍ୟାୟପୂର୍ଣ୍ଣତା ଓ ବୈଧତା” ଉପରେ ପ୍ରଶ୍ନ ଉଠାଇଥିଲା ।—ଆଦି ପୁସ୍ତକ ୨:୧୭, NW; ୩:୧-୬.
୧୦. ମାନବ ସମ୍ପର୍କରେ ଶୟତାନ କେଉଁକାମ କୌଶଳକ୍ରମେ କରାଇଥିଲା ?
୧୦ ଶୟତାନ ଅର୍ଥାଥ ପିଶାଚ ଏହି କଥାର ସୂଚନା ଦେଲା ଯେ ଲୋକମାନେ କେବଳ ସେପର୍ଯ୍ୟନ୍ତ ଯିହୋବାଙ୍କ ଆଜ୍ଞାକାରୀ ହୋଇ ରହିବେ, ଯେପର୍ଯ୍ୟନ୍ତ ସେମାନେ ତାଙ୍କଠାରୁ ଉପକାର ପାଉଥିବେ । ଅନ୍ୟକଥାରେ ମଣିଷର ନ୍ୟାୟ ପରାୟଣତା ବିଷୟରେ ପ୍ରଶ୍ନ ଉଠାଇଥିଲା । ଶୟତାନ ଅରୋପ କଲା ଯେ, ସ୍ୱେଛାରେ କୌଣସି ଲୋକ ଈଶ୍ୱରଙ୍କ ପ୍ରତି ନିଷ୍ଠା ଦେଖାଇବ ନାହିଁ । ଶୟତାନର ଏହି ବିଦ୍ୱେଷପୂର୍ଣ୍ଣ ଦାବି ବାଇବଲର ଆୟୁବ ବୃତ୍ତାନ୍ତରେ ସ୍ପଷ୍ଟରୂପେ ବର୍ଣ୍ଣିତ ହୋଇଛି । ଆୟୁବ ଯିହୋବାଙ୍କର ଜଣେ ବିଶ୍ୱସ୍ତ ସେବକ ଥିଲା, ସା.ଯୁ.ପୂ. ୧୬୦୦ ପୂର୍ବରୁ ସେ ଏକ ସମୟରେ ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ । ଆପଣ ଯଦି ଆୟୁବ ପୁସ୍ତକର ପ୍ରଥମ ଦୁଇଟି ଅଧ୍ୟାୟ ପଢ଼ିବେ, ତାହାହେଲେ ଈଶ୍ୱର ମାନବକୁ କାହିଁକି ଦୁଃଖକଷ୍ଟ ଦେଇଛନ୍ତି ଏବଂ ତାʼର କାରଣ ବିଷୟରେ ପୁଂଙ୍ଖାନୁପୁଂଙ୍ଖ ଜାଣି ପାରିବେ ।
୧୧. ଆୟୁବ୍ କେଉଁ ପ୍ରକାର ବ୍ୟକ୍ତି ଥିଲା, କିନ୍ତୁ ଶୟତାନ କି ଅଭିଯୋଗ କରିଥିଲା ?
୧୧ ଜଣେ “ସିଦ୍ଧ ଓ ସରଳ” ବ୍ୟକ୍ତି ଆୟୁବ ଶୟତାନର ଆକ୍ରମଣର ଶିକାର ହୋଇଥିଲେ । ପ୍ରଥମେ ଗୋଟିଏ ପ୍ରଶ୍ନ ଉଠାଇ ଶୟତାନ ଆୟୁବ୍ ପ୍ରତି ଅସଦ୍ ଅଭିଯୋଗ ଆଣିଥିଲା, “ଆୟୁବ କʼଣ ବିନାକାରଣରେ ଈଶ୍ୱରଙ୍କୁ ଭୟ କରେ ?” ତାʼପରେ ଶୟତାନ ଧୃର୍ତ୍ତତାରସହ ଈଶ୍ୱର ଓ ଆୟୁବ ଉଭୟଙ୍କର ସମ୍ମାନ ହାନି କରିଥିଲା, ଏପରି ଅଭିଯୋଗ କରି ଯେ ଯିହୋବା ସୁରକ୍ଷା ଆଶୀର୍ବାଦ କରିବା ଦ୍ୱାରା ଆୟୁବର ବିଶ୍ୱସ୍ତତାକୁ କ୍ରୟ କରିଥିଲେ । ଶୟତାନ ଯିହୋବାଙ୍କୁ ଆହ୍ୱାନ କରିଥିଲା, “ମାତ୍ର ଏବେ ଆପଣା ହସ୍ତ ବିସ୍ତାର କରି ତାହାର ସର୍ବସ୍ୱ ସ୍ପର୍ଶ କର, ତହିଁରେ ସେ ତୁମକୁ ତୁମ୍ଭ ମୁଖ ଆଗରେ ପରିତ୍ୟାଗ କରିବ ।”—ଆୟୁବ ୧:୮-୧୧.
୧୨. (କ) ଯଦି ପରମେଶ୍ୱର ଆୟୁବ୍ଙ୍କୁ ପରୀକ୍ଷା କରିବାକୁ ଅନୁମତି ଦିଅନ୍ତି, ତେବେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଦିଆଯାଇପାରେ ? (ଖ) ଆୟୁବର ପରୀକ୍ଷାର ଫଳ କʼଣ ହୋଇଥିଲା ?
୧୨ ଆୟୁବ କʼଣ ଯିହୋବାଙ୍କ ଠାରୁ ସବୁ ଉତ୍ତମ ଜିନିଷ ପାଇଥିଲା ବୋଲି ତାଙ୍କର ପରିଚର୍ଯ୍ୟା କରୁଥିଲା ? ପରୀକ୍ଷା ସମୟରେ ଆୟୁବ କʼଣ ତାʼର ବିଶ୍ୱସ୍ତତା ରଖି ପାରିଥିଲା ? ଅନ୍ୟ ପକ୍ଷରେ ଯିହୋବାଙ୍କର ନିଜ ସେବକ ଉପରେ ଯଥେଷ୍ଟ ବିଶ୍ୱାସ ଥିଲା ଯେ, ସେ ତାକୁ ପରୀକ୍ଷିତ ହେବାପାଇଁ ଦେଉଥିଲେ ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିପାରିଥାନ୍ତା, ଯଦି ଯିହୋବା ଆୟୁବ୍ ଉପରେ ଏକ କଠିନ ପରୀକ୍ଷା ପାଇଁ ଅନୁମତି ଦେଇଥାନ୍ତେ । ଆୟୁବ୍ ପୁସ୍ତକରେ ଯେପରି ବର୍ଣ୍ଣାନା ଅଛି ଯେ, ଈଶ୍ୱର ଅନୁମତି ଦେଇଥିବା କଠିନ ପରୀକ୍ଷା ମଧ୍ୟରେ ଆୟୁବ୍ର ବିଶ୍ୱସ୍ତ ଆଚରଣ, ଯିହୋବାଙ୍କ ଧାର୍ମିକତା ଏବଂ ମନୁଷ୍ୟର ବିଶ୍ୱସ୍ତତାକୁ ପୂର୍ଣ୍ଣରୂପେ ପ୍ରମାଣୀତ କରିଥାଏ ।—ଆୟୁବ ୪୨:୧, ୨, ୧୨.
୧୩. ଏଦନ ଉଦ୍ୟାନରେ ଏବଂ ଆୟୁବ୍ ପ୍ରତି ଯାହା ଘଟିଥିଲା ତାହା ସଙ୍ଗେ ଆମେ କିପରିଭାବେ ଜଡ଼ିତ ?
୧୩ ଏଦନ ଉଦ୍ୟାନର ଘଟଣା ଓ ଆୟୁବ୍ ସହିତ ଘଟିଥିବା ଘଟଣା ଉଭୟର ଏକ ଗଭୀର ଅର୍ଥ ଅଛି । ଶୟତାନ ଉଠାଇଥିବା ପ୍ରସଙ୍ଗରେ ସମଗ୍ର ମାନବଜାତି ଜଡ଼ିତ, ଯେଉଁଥିରେ ଆଜି ଆମେ ମଧ୍ୟ ସମ୍ମିଳିତ । ପରମେଶ୍ୱରଙ୍କ ନାମକୁ ଦୁର୍ନାମ କରାଗଲା ଓ ତାଙ୍କର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଗଲା । ପରମେଶ୍ୱରଙ୍କର ସୃଷ୍ଟି, ମନୁଷ୍ୟର ସାଧୁତା ଉପରେ ପ୍ରଶ୍ନ ଉଠିଥିଲା, ଏହି ସମସ୍ତ ପ୍ରସଙ୍ଗର ମୀମାଂସା କରାଇବାରଥିଲା ।
ପ୍ରସଙ୍ଗଗୁଡ଼ିକର କିପରି ସମାଧାନ ହେବ
୧୪. ଏକ ବିଦ୍ୱେଷପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଲେ ଜଣେ ଅଭିଯୁକ୍ତ ବ୍ୟକ୍ତି କʼଣ କରିପାରେ ?
୧୪ ବର୍ଣ୍ଣନାଛଳରେ କୁହାଯାଉ ଯେ ଆପଣ ଜଣେ ପ୍ରେମମୟ ପିତା ଅଟନ୍ତି । ଆଣଙ୍କର ବହୁ ସନ୍ତାନସନ୍ତତି ସହିତ ଗୋଟିଏ ସୁଖୀ ପରିବାର ଅଛି । ମନେକରନ୍ତୁ ଆପଣଙ୍କର ପଡ଼ୋଶୀ ଆପଣଙ୍କୁ ଖରାପ ପିତା କହି ନିନ୍ଦା ରଟାଉଛନ୍ତି । ଯଦି ସେହି ପଡ଼ୋଶୀ କହେ ଯେ ତୁମ ପିଲାମାନେ ତୁମକୁ ଭଲପାଉ ନାହାନ୍ତି । ସେମାନେ ଆପଣଙ୍କ ସହିତ ରହିଛନ୍ତି, କାରଣ ସେମାନେ ଏହାଠାରୁ ଭଲ ପରିସ୍ଥିତି ବିଷୟରେ ଜାଣି ନାହାନ୍ତି । ଆଉ ଯଦି କେହି ତାଙ୍କୁ ଭଲ ବାଟ ଦେଖାଇଦିଏ, ତେବେ ସେମାନେ ଆପଣଙ୍କୁ ଛାଡ଼ିଦେଇ ପାରନ୍ତି । ଆପଣ ହୁଏତ କହି ପାରନ୍ତି, ଏହା ‘ଅଯୌକ୍ତିକ !’ ହଁ, କିନ୍ତୁ ଆପଣ ଏହା କିପରି ପ୍ରମାଣ କରିବେ ? ହୁଏତ ଅନେକ ପିତା ଏହା କହିବା ଦ୍ୱାରା ରାଗିଯାଇ ପାରନ୍ତି । ସେମାନଙ୍କର ହିଂସାତ୍ମକ ପ୍ରତିକ୍ରିଆ ମିଥ୍ୟାକୁ ସମର୍ଥନ ଯୋଗାଇବା ଛଡ଼ା ବହୁତ ସମସ୍ୟା ସୃଷ୍ଟି କରିପାରେ । ଏପରି ସମସ୍ୟାର ସମାଧାନ କରିବାର ଏକମାତ୍ର ସନ୍ତୋସଜନକ ଉପାୟ ହେଲା, ଆପଣଙ୍କ ଉପରେ ଦୋଷାରୋପ କରିଥିବା ଦାବିକୁ ଅଯୌକ୍ତିକ ପ୍ରମାଣ କରିବାକୁ ସୁଯୋଗ ଦେବା ଦରକାର ଏବଂ ଆପଣଙ୍କ ପିଲା ଯେ ପ୍ରକୃତରେ ଆପଣଙ୍କୁ ଭଲ ପାଉଛନ୍ତି, ଏକଥା ବୁଝିବା ପାଇଁ ମଧ୍ୟ ସମୟ ଦେବା ଦରକାର ।
୧୫. ଯିହୋବା ଶୟତାନର ଆହ୍ୱାନକୁ କିପରି ମୁକାବିଲା କଲେ ?
୧୫ ଯିହୋବା ଜଣେ ପ୍ରେମମୟ ପିତାଙ୍କ ସଦୃଶ । ଆଦମ ଓ ହବାକୁ ତାଙ୍କ ସନ୍ତାନଭାବେ ତୁଳନା କରାଯାଇପାରେ ଏବଂ ଶୟତାନ ସେହି ମିଛୁଆ ପଡ଼ୋଶୀ ତୁଲ୍ୟ । ପରମେଶ୍ୱର ଶୟତାନ, ଆଦମ ଓ ହବାକୁ ସଙ୍ଗେ ସଙ୍ଗେ ଧ୍ୱଂସ କଲେ ନାହିଁ, କିନ୍ତୁ ଏହି କୁକର୍ମୀକୁ କିଛି ସମୟ ବଞ୍ଚିବା ପାଇଁ ଅନୁମତି ଦେଇଥିଲେ । ଏହା ପ୍ରଥମ ପିତା-ମାତାଙ୍କୁ ମାନବ ପରିବାର ଆରମ୍ଭ କରିବାର ସୁଯୋଗ ଦେଇଥିଲା ଓ ପିଶାଚକୁ ତାʼର ଦାବି ଯଦି ସତ୍ୟ ହୋଇଥାଏ, ତାହା ପ୍ରମାଣ କରିବାକୁ ଗୋଟିଏ ସୁଯୋଗ ଦେଇଥିଲା ଯାହା ଫଳରେ ପ୍ରସଙ୍ଗର ସମାଧନ କରାଯାଇ ପାରିବ । କିନ୍ତୁ ଆରମ୍ଭରୁ ପରମେଶ୍ୱର ଜାଣିଥିଲେ ଯେ, କିଛି ଲୋକ ତାଙ୍କର ବିଶ୍ୱସ୍ତ ରହିବେ ଓ ଏହି ପ୍ରକାରେ ଶୟତାନକୁ ମିଥ୍ୟାବାଦି ବୋଲି ପ୍ରମାଣିତ କରିବେ । ଆମେ କେଡ଼େ ଧନ୍ୟ ଯେ ଯେଉଁମାନେ ଯିହୋବାଙ୍କୁ ଭଲପାଆନ୍ତି, ସେ ସେମାନଙ୍କୁ ଆଶୀର୍ବାଦ ଓ ସାହାଯ୍ୟ କରିଆସିଛନ୍ତି ।—୨ କରିନ୍ଥୀୟ ୧୬:୯; ହିତୋପଦେଶ ୧୫:୩.
କʼଣ ପ୍ରମାଣିତ ହୋଇଛି ?
୧୬. ଜଗତ କିପରି ଶୟତାନର କ୍ଷମତାର ଅଧୀନରେ ହୋଇଛି ?
୧୬ ପ୍ରାୟ ସମସ୍ତ ମାନବ ଇତିହାସରେ ଶୟତାନ ମାନବଜାତି ଉପରେ ତାʼର ପ୍ରଭାବ ବିସ୍ତାର କରି ତାʼର ଚକ୍ରାନ୍ତଗୁଡ଼ିକ ସଫଳ କରାଇବାରେ ସକ୍ଷମ ହେଉଥିଲା । ଅନ୍ୟାନ୍ୟ ବିଷୟ ମଧ୍ୟରୁ ରାଜନୈତିକ କ୍ଷେତ୍ରରେ ମଧ୍ୟ ସେ ପ୍ରଭାବ ବିସ୍ତାର କରି ଏପରି ଏକ ମିଥ୍ୟା ଧର୍ମକୁ ପ୍ରୋତ୍ସାହିତ କରେ, ଯାହା ଯିହୋବାଙ୍କ ପରିବର୍ତ୍ତେ ତାକୁ ଉପାସନା କରିବାକୁ ଶିକ୍ଷାଦିଏ । ଏହି ପ୍ରକାରେ ପିଶାଚ ହେଉଛି, “ଏହି ଯୁଗର ଦେବତା” ଏବଂ ତାକୁ କୁହାଯାଏ, “ଏହି ଯୁଗର ଅଧିପତି ।” (୨ କରିନ୍ଥୀୟ ୪:୪; ଯୋହନ ୧୨:୩୧) “ବାସ୍ତବରେ, ସମସ୍ତ ଜଗତ ସେହି ପାପାତ୍ମାର ଅଧୀନ ।” (୧ ଯୋହନ ୫:୧୯) ଏହାର ଅର୍ଥ କʼଣ ଶୟତାନ ତାʼର ଦାବିକୁ ପ୍ରମାଣ କରିଛି ଯେ, ସମୁଦାୟ ମାନବଜାତିକୁ ଯିହୋବାଙ୍କ ଅକ୍ତିୟାରରୁ ଛଡ଼େଇ ନେଇପାରେ ? ଅବଶ୍ୟ ନୁହେଁ ! ଶୟତାନର ଅସ୍ତିତ୍ୱକୁ ଅନୁମତି ଦେବା ସଙ୍ଗେସଙ୍ଗେ ଯିହୋବା ତାଙ୍କର ଏକ ଉଦ୍ଦେଶ୍ୟ ସାଧନରେ ଅଗ୍ରସର ହୋଇଛନ୍ତି । ତାʼହେଲ ଦୁଷ୍ଟତାକୁ ପରମେଶ୍ୱର ଅନୁମତି ଦେବା ସମ୍ପର୍କରେ ବାଇବଲ କʼଣ ପ୍ରକାଶ କରେ ?
୧୭. ଦୁଷ୍ଟତା ଓ କଷ୍ଟଭୋଗର କାରଣ ସମ୍ବନ୍ଧରେ ଆମେ କʼଣ ମନେରଖିବା ଉଚିତ୍ ?
୧୭ ଦୁଷ୍ଟତା କଷ୍ଟଭୋଗର କାରଣ ଈଶ୍ୱର ନୁହନ୍ତି । ଯେହେତୁ ଶୟତାନ ଏହି ଯୁଗର ଅଧିପତି ଓ ଦେବତା, ଏବଂ ତାʼପକ୍ଷରେ ଯେଉଁମାନେ ଅଛନ୍ତି ସେମାନେ ଏହି ମାନବସମାଜର ବର୍ତ୍ତମାନ ପରିସ୍ଥିତି ଓ ମାନବଜାତିର ସମସ୍ତ ଦୁର୍ଦଶା ପାଇଁ ଦାୟୀ । ପରମେଶ୍ୱର ଏହି କଷ୍ଟର କାରଣ, ଏହା ଯଥାର୍ଥ ରୂପେ କେହି କହିପାରିବେ ନାହିଁ ।—ରୋମୀୟ ୯:୧୪.
୧୮. ଯିହୋବାଙ୍କ ଅନୁମତି ଦୁଷ୍ଟତା ଓ କଷ୍ଟଭୋଗ ସମ୍ପର୍କରେ ଏବଂ ଈଶ୍ୱରଙ୍କ ମାନବଜାତି ସମ୍ପର୍କରେ ସ୍ୱାଧୀନ ବିଚାର କʼଣ ପ୍ରମାଣ କରେ ?
୧୮ ଦୁଷ୍ଟତା ଓ କଷ୍ଟଭୋଗ ସମ୍ପର୍କରେ ଯିହୋବାଙ୍କ ଅନୁମତି ପ୍ରମାଣ କରିଛି ଯେ, ପରମେଶ୍ୱରଙ୍କ ଠାରୁ ସ୍ୱାଧିନ ହୋଇ ମଣିଷ ଉତ୍ତମ ଜଗତ ଆଣିନାହିଁ । ଇତିହାସ ଗୋଟିକ ପରେ ଗୋଟିଏ ବିପର୍ଯୟ ଦେଇ ଗତି କରୁଅଛି, ଏକଥା ଅସ୍ୱୀକାର କରିହେବ ନାହିଁ । ଏହାର କାରଣ, ମନୁଷ୍ୟ ତାʼର ସ୍ୱାଧୀନ ପଥ ବାଛି ନେଇଛି, ପରମେଶ୍ୱରଙ୍କ ବାକ୍ୟ ଓ ଇଚ୍ଛା ପ୍ରତି ପ୍ରକୃତ ଶ୍ରଦ୍ଧା ଦେଖାଇ ନାହିଁ । ଯେତେବେଳେ ଯିହୋବାଙ୍କ ପ୍ରାଚୀନ ଲୋକ ଓ ତାଙ୍କର ଧାର୍ମିକ ନେତାମାନେ ଅବିଶ୍ୱାସୀ ହୋଇ “ନିଜ ନିଜର” ବାଟରେ ଗଲେ ଓ ତାଙ୍କ ବାକ୍ୟକୁ ଅସ୍ୱୀକାର କଲେ, ଫଳ ଦୁଃଖକର ହୋଇଥିଲା । ତେଣୁ ପରମେଶ୍ୱର ତାଙ୍କ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ଦ୍ୱରା ତାଙ୍କୁ କହିଲେ: “ଜ୍ଞାନିମାନେ ଲଜ୍ଜିତ ହୋଇଛନ୍ତି, ଭୟଭୀତ ହୋଇଅଛନ୍ତି ଓ ସେମାନେ ଧରା ହୋଇଯିବେ । ଦେଖ ! ସେମାନେ ଯିହୋବାଙ୍କ ବାକ୍ୟ ଆଗ୍ରାହ୍ୟ କରିଅଛନ୍ତି, ଆଉ ସେମାନଙ୍କର କି ପ୍ରକାର ଜ୍ଞାନ ଆଛି ?” (ଯିରିମିୟ ୮:୫, ୬, ୯, NW) ଯିହୋବାଙ୍କ ଆଦର୍ଶର ମାନଦଣ୍ଡକୁ ଅନୁସରଣ କରିବାରେ ବିଫଳ ହେବାରୁ ସାମଗ୍ରିକ ଭାବରେ ମାନବଜାତି ଗୋଟିଏ ମଙ୍ଗବିହୀନ ଜାହାଜ ପରି ଅଶାନ୍ତ ସମୁଦ୍ର ଭିତରେ ଘୁରି ବୁଲୁଛି ।
୧୯. ଶୟତାନ ବିଶ୍ୱାସୀ ମଣିଷଙ୍କୁ ପରମେଶ୍ୱରଙ୍କ ବିରୁଦ୍ଧରେ ନେଇ ପାରିବ ନାହିଁ, ଏହାର କʼଣ ପ୍ରମାଣ ରହିଛି ?
୧୯ ଦୁଷ୍ଟତା ଓ କଷ୍ଟଭୋଗ ସମ୍ପର୍କରେ ଯିହୋବାଙ୍କ ଅନୁମତି ପ୍ରମାଣ କରିଛି ଯେ, ଶୟତାନ ସମସ୍ତ ମନବଜାତିଙ୍କୁ ଯିହୋବାଙ୍କ ଠାରୁ ଦୂରକରି ପାରିନି । ଇତିହାସ ସୂଚନା ଦିଏ ଯେତେ ପ୍ରଲୋଭନ ବା ପ୍ରତିକୂଳ ଅବସ୍ଥା ଆସୁନା କାହିଁକି, ସେସବୁ ଅତିକ୍ରମ କରି କିଛି ଲୋକ ସବୁକାଳରେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିଛନ୍ତି । ବହୁ ସତାବ୍ଦୀ ଧରି ନିଜ ସେବକମାନଙ୍କ ପକ୍ଷରେ ଯିହୋବାଙ୍କ ଶକ୍ତି ପ୍ରଦର୍ଶିତ ହୋଇଛି ଏବଂ ତାଙ୍କ ନାମ ପୃଥିବୀରେ ସର୍ବତ୍ର ଘୋଷିତ ହୋଇଅଛି । (ଯାତ୍ରା ପୁସ୍ତକ ୯:୧୬; ୧ ସାସୁଏଲ ୧୨:୨୨) ଏବ୍ରୀ ପୁସ୍ତକର ୧୧ ଅଧ୍ୟୟ ବିଶ୍ୱସ୍ତ ବ୍ୟକ୍ତିମାନଙ୍କ ସମ୍ବନ୍ଧରେ ଗୋଟିଏ ଦୀର୍ଘ ବିବରଣୀ ଆମକୁ ଦିଏ, ଯେଉଁଥିରେ ହେବଲ, ହନକ, ନୋହ, ଆବ୍ରାହାମ ଓ ମୋଶା ପ୍ରଭୁତି ଅନ୍ତର୍ଭୁକ୍ତ । ଏବ୍ରୀ ୧୨:୧ ପଦରେ ସେମାନଙ୍କୁ ‘ଏକ ବୃହତ ମେଘତୁଲ୍ୟ ସାକ୍ଷୀ’ କୁହାଯାଏ । ସେମାନେ ଯିହୋବାଙ୍କ ପ୍ରତି ଅଟଳ ବିଶ୍ୱାସର ଉଦାହରଣ ଥିଲେ । ଆଧୁନିକ କାଳରେ ମଧ୍ୟ ଅନେକ ଲୋକ ସେମାନଙ୍କର ଅବିଚଳ ବିଶ୍ୱସ୍ତତା ପାଇଁ ଜୀବନ ଦେଇଛନ୍ତି । ସେମାନଙ୍କ ବିଶ୍ୱାସ ଓ ପ୍ରେମ ଦ୍ୱାରା ଏହି ବ୍ୟକ୍ତିମାନେ ଚୂଡ଼ାନ୍ତ ଭାବେ ପ୍ରମାଣ କରିଛନ୍ତି ଯେ ଶୟତାନ ସକଳ ମାନବକୁ ପରମେଶ୍ୱଙ୍କ ବିରୁଦ୍ଧରେ ନେଇ ପାରିବନାହିଁ ।
୨୦. ଯିହୋବାଙ୍କ ଦୁଷ୍ଟତା ଓ କଷ୍ଟଭୋଗ କ୍ରମାଗତ ଚାଲୁରହିବାର ଅନୁମତି ପରମେଶ୍ୱର ଓ ମାନବଜାତି ସମ୍ପର୍କରେ କʼଣ ପ୍ରମାଣ ରହିଛି ?
୨୦ ପରିଶେଷରେ, ଦୁଷ୍ଟତା ଓ କଷ୍ଟଭୋଗ କ୍ରମାଗତ ଚାଲୁରହିବା ଦ୍ୱାରା ଯିହୋବାଙ୍କ ଅନୁମତି ପ୍ରମାଣ କରେ ଯେ, କେବଳ ଯିହୋବା ହେଉଛନ୍ତି ଏକ ମାତ୍ର ସୃଷ୍ଟକର୍ତ୍ତା, ଯାହାଙ୍କର ମାନବଜାତି ଉପରେ ଶାସନ କରିବାର କ୍ଷମତା ଓ ଅଧିକାର ରହିଛି ସେମାନଙ୍କର ଅନନ୍ତ ଆଶୀର୍ବାଦ ଓ ସୁଖ ପାଇଁ । ବହୁ ଶତାବ୍ଦୀ ଧରି ମଣିଷଜାତି ଅନେକ ସରକାର ଗଢ଼ିବାକୁ ଚେଷ୍ଟା କରିଛି । କିନ୍ତୁ ଫଳ କʼଣ ହୋଇଛି ? ଆଜିକାଲି ରାଷ୍ଟ୍ରଗୁଡ଼ିକ ଯେଉଁ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହାର ପ୍ରମାଣ ବାଇବଲ ଯେପରି ଉଲ୍ଲେଖ କରେ ଯେ, “ଏକ ମନୁଷ୍ୟର ଅନ୍ୟ ଉପରେ ତାହାର ଅମଙ୍ଗଳ ନିମନ୍ତେ କ୍ଷମତା ଥାଏ ।” (ଉପଦେଶକ ୮:୯) ଏକମାତ୍ର ଯିହୋବା ଆସି ଆମକୁ ରକ୍ଷା କରି ପାରିବେ ଓ ତାଙ୍କର ମୂଳ ଉଦ୍ଦେଶ୍ୟ ପରିପୂର୍ଣ୍ଣ କରିପାରିବେ । ସେ ଏହା କିପରି ଓ କେତେବେଳେ କରିବେ ?
୨୧. ଶୟତାନ ପ୍ରତି କʼଣ କରାଯିବ ଓ ତାହା ସମ୍ପାଦନ କରିବାକୁ କହାକୁ ବ୍ୟବହାର କରାଯିବ ?
୨୧ ଆଦମ ଓ ହବା ଶୟତାନର ଚକ୍ରାନ୍ତର ଶିକାର ହେବାପରେ ପରମେଶ୍ୱର ପରିତ୍ରାଣର ଗୋଟିଏ ଉପାୟ ସମ୍ପର୍କରେ ତାଙ୍କର ଉଦ୍ଦେଶ୍ୟ ଘୋଷଣା କରିଥିଲେ । ଯିହୋବା ଶୟତାନ ସମ୍ପର୍କରେ ଏହା ଘୋଷଣା କରି କହିଲେ, “ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ପୁଣି ତୁମ୍ଭ ବଂଶ ଓ ତାହା ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା; ସେ ତୁମର ମସ୍ତକକୁ ଆଘାତ କରିବ ଓ ତୁମ୍ଭେ ତାହାର ଗୋଇଠିକି ଆଘାତ କରିବ ।” (ଆଦି ପୁସ୍ତକ ୩:୧୫) ଏହି ଘୋଷଣାଟି ନିର୍ଭର ଭାବେ ଜଣାଏ ଯେ, ଶୟତାନକୁ ସର୍ବଦା ତାʼର କୁକର୍ମ କରିବାକୁ ଅନୁମତି ଦିଆଯିବ ନାହିଁ । ମଶୀହ ରାଜ୍ୟର ରାଜା ହିସାବରେ ସେହି ପ୍ରତିଜ୍ଞାତ ବଂଶ ଯୀଶୁଖ୍ରୀଷ୍ଟ ଶୟତାନର ‘ମସ୍ତକ ଚୁର୍ଣ୍ଣ କରିବେ ।’ ହଁ, ଯୀଶୁ ବିଦ୍ରୋହୀ ଶୟତାନକୁ “ଶୀଘ୍ର” ଧ୍ୱଂସ କରିବେ !—ରୋମୀୟ ୧୬:୨୦.
ଆପଣ କʼଣ କରିବେ ?
୨୨. (କ) ଆପଣଙ୍କୁ କେଉଁ ପ୍ରଶ୍ନଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିବ ? (ଖ) ଯେଉଁମାନେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ, ସେମାନଙ୍କ ଉପରେ ଶୟତାନ ଯଦି ପ୍ରଚଣ୍ଡ କ୍ରୋଧ ପ୍ରକାଶ କରେ, ସେମାନେ କିପରି ନିଶ୍ଚିନ୍ତ ରହିବେ ?
୨୨ ସବୁ ବିଷୟଗୁଡ଼ିକ ଜାଣି ଆପଣ କାହାର ପକ୍ଷରେ ରହିବେ ? ଆପଣ କʼଣ ଆପଣଙ୍କ କାର୍ଯ୍ୟାଦି ଦ୍ୱାରା ପ୍ରମାଣ କରିବେ ଯେ, ଆପଣ ଯିହୋବାଙ୍କ ଜଣେ ବିଶ୍ୱସ୍ତ ସମର୍ଥକ ? ଯେହେତୁ ଶୟତାନ ଜାଣେ ଯେ ତାʼର ସମୟ ଅଳ୍ପ, ତେଣୁ ଯେଉଁମାନେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତତା ବଜାୟ ରଖିବାକୁ ଚାହାନ୍ତି, ସେମାନଙ୍କ ଉପରେ ତାହାର କ୍ରୋଧ ପ୍ରକାଶ କରି ସେ ଯାହା ଇଚ୍ଛା ତାହା କରିପାରେ । (ପ୍ରକାଶିତ ବାକ୍ୟ ୧୨:୧୨) କିନ୍ତୁ ଆପଣ ସାହାଯ୍ୟ ପାଇଁ ଈଶ୍ୱରଙ୍କ ଉପରେ ଆସ୍ଥା ରଖିପାରନ୍ତି କାରଣ “ଯିହୋବା ଧର୍ମପରାୟଣମାନଙ୍କୁ କିପରି ପରୀକ୍ଷାରୁ ରକ୍ଷା କରିବାକୁ ହେବ, ତାହା ଜାଣନ୍ତି ।” (୨ ପିତର ୨:୯) ସେ ଆପଣଙ୍କୁ ଅତିରିକ୍ତ ପରୀକ୍ଷା କରିବେ ନାହିଁ ଯାହା ଆପଣ ସହ୍ୟ ନକରି ପାରନ୍ତି, ବରଂ ଆପଣ ଯେପରି ପରୀକ୍ଷା ସହ୍ୟ କରିପରିବେ ସେଥିପାଇଁ ରକ୍ଷାର ପଥ କରିବେ ।—୧ କରିନ୍ଥୀୟ ୧୦:୧୩.
୨୩. ବିଶ୍ୱାସର ସହିତ ଆମେ କʼଣ ଅପେକ୍ଷା କରିପାରୁ ?
୨୩ ଆସନ୍ତୁ ପୂର୍ଣ୍ଣ ଆସ୍ଥା ସହକାରେ ଆମେ ସେହି ସମୟକୁ ପ୍ରତୀକ୍ଷା କରିବା, ଯେପର୍ଯ୍ୟନ୍ତ ରାଜା ଯୀଶୁଖ୍ରୀଷ୍ଟ ଶୟତାନ ଓ ତାହାର ସକଳ ଅନୁଗାମୀମାନଙ୍କ ବିରୁଦ୍ଧରେ ପଦକ୍ଷେପ ନ ନେଇଛନ୍ତି । (ପ୍ରକାଶିତ ୨୦:୧-୩) ଦୁଃଖ ଓ କ୍ଳେଶ ଦେବାରେ ଅଂଶ ନେଇଥିବା ସମସ୍ତଙ୍କୁ ଯୀଶୁ ନିଶ୍ଚିହ୍ନ କରିବେ । ସେ ପର୍ଯନ୍ତ ମୃତ୍ୟୁରେ ଆମର ପ୍ରିୟଜନମାନଙ୍କୁ ହରାଇବା କଷ୍ଟଭୋଗର ଗୋଟିଏ ବିଶେଷ ଯନ୍ତ୍ରଣାଦାୟୀ ରୂପ ହେବ । ପରବର୍ତ୍ତି ଅଧ୍ୟାୟଟି ପଢ଼ିଲେ ସେମାନଙ୍କର କʼଣ ଘଟିବ, ତାହା ଆମେ ଜାଣିପାରିବା ।
ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ
ଆମେ କିପରି ଜାଣିବା ଯେ, ଯିହୋବା ମଣିଷର କଷ୍ଟଭୋଗର କାରଣ ନୁହନ୍ତି ?
ଏଦନ ଉଦ୍ୟାନରେ କି ପ୍ରସଙ୍ଗଗୁଡ଼ିକ ଉତ୍ଥାପିତ ହୋଇଥିଲା ଓ ଆୟୁବ୍ଙ୍କ ସମୟରେ ତାହା କିପରି ସ୍ପଷ୍ଟ କରାଯାଇଥିଲା ?
କଷ୍ଟଭୋଗ ପାଇଁ ପରମେଶ୍ୱରଙ୍କ ଅନୁମତି କʼଣ ପ୍ରମାଣ କରିଛି ?
[ଅଧ୍ୟୟନ ପ୍ରଶ୍ନ]