इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣ ସତ୍ୟ ଧର୍ମ କିପରି ପାଇ ପାରିବେ ?

ଆପଣ ସତ୍ୟ ଧର୍ମ କିପରି ପାଇ ପାରିବେ ?

ପାଠ ୧୩

ଆପଣ ସତ୍ୟ ଧର୍ମ କିପରି ପାଇ ପାରିବେ ?

ପରମେଶ୍ୱର କʼଣ ସବୁ ଧର୍ମରେ ଖୁସୀ ହୁଅନ୍ତି ବା କେବଳ ଏକମାତ୍ର ଧର୍ମରେ ? (୧)

ଖ୍ରୀଷ୍ଟିୟାନ ହେବାର ଦାବୀ କରୁଥିବା ଏତେଗୁଡ଼ିଏ ଧର୍ମ ଅଛି କାହିଁକି ? 

ଆପଣ ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ କିପରି ଚିହ୍ନଟ କରି ପାରିବେ ? (୩-୭)

. ଯୀଶୁ ଗୋଟିଏ ପ୍ରକୃତ ଖ୍ରୀଷ୍ଟିୟ ଧର୍ମ ଆରମ୍ଭ କଲେ । ତେଣୁ ଆଜି ଯିହୋବା ପରମେଶ୍ୱରଙ୍କ ଉପାସକ କେବଳ ଏକ ଶରୀର କିମ୍ବା ଗୋଟିଏ ସମୂହ ହେବା ଉଚିତ । (ଯୋହନ ୪:୨୩, ୨୪; ଏଫିସୀୟ ୪:୪, ୫) ବାଇବଲ ଶିଖାଇଥାଏ ଯେ ବହୁତ କମ୍‌ ଲୋକ ଜୀବନ ଆଡ଼କୁ ନେଉଥିବା ସଂକୀର୍ଣ୍ଣ ପଥରେ ଅଛନ୍ତି ।—ମାଥିଉ ୭:୧୩, ୧୪.

. ବାଇବଲ ଭବିଷ୍ୟତବାଣୀ କରିଥିଲା ଯେ ପ୍ରେରିତମାନଙ୍କ ମୃତ୍ୟୁ ପରେ ଧୀରେ-ଧୀରେ ଖ୍ରୀଷ୍ଟିୟାନ ମଣ୍ଡଳୀରେ ଭ୍ରମାତ୍ମକ ଶିକ୍ଷା ଓ ଅଣଖ୍ରୀଷ୍ଟିୟାନ କାର୍ଯ୍ୟ ପ୍ରବେଶ କରିବ । ଯୀଶୁଙ୍କ ପରିବର୍ତ୍ତେ ନିଜର ପନ୍ଥା ଅନୁସରଣ କରିବାକୁ ମନୁଷ୍ୟମାନେ ଖ୍ରୀଷ୍ଟବିଶ୍ୱାସୀଙ୍କୁ ପ୍ରବର୍ତ୍ତାଇବେ । (ମାଥିଉ ୭:୧୫, ୨୧-୨୩; ପ୍ରେରିତ ୨୦:୨୯, ୩୦) ଏଥିପାଇଁ ଆମେ ଅନେକ ବିଭିନ୍ନ ଧର୍ମ ଦେଖୁଛୁଁ ଯେଉଁମାନେ ଖ୍ରୀଷ୍ଟିୟାନ ବୋଲି ଦାବୀ କରୁଅଛନ୍ତି । ଆମେ ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ କିପରି ଚିହ୍ନଟ କରି ପାରିବା ?

. ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କ ସ୍ପଷ୍ଟ ସୁବିଦିତ ପରିଚୟ ହେଉଛି ଯେ ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ପ୍ରକୃତ ପ୍ରେମ ଅଛି । (ଯୋହନ ୧୩:୩୪, ୩୫) ସେମା ନ ଅନ୍ୟ ଜାତି ବା ବର୍ଣ୍ଣର ଲୋକଙ୍କ ଅପେକ୍ଷା ଉତ୍ତମ, ଏମିତି ଭାବିବା ସେମାନଙ୍କୁ ଶିକ୍ଷାଦିଆଯାଇ ନାହିଁ । ନାʼ ହିଁ ସେମାନଙ୍କୁ ଅନ୍ୟ ଦେଶର ଲୋକମାନଙ୍କୁ ଘୃଣା କରିବା ଶିକ୍ଷା ଦିଆଯାଏ । (ପ୍ରେରିତ ୧୦:୩୪, ୩୫) ତେଣୁ ସେମାନେ ଯୁଦ୍ଧରେ ଭାଗ ନିଅନ୍ତି ନାହିଁ । ପ୍ରକୃତ ଖ୍ରୀଷ୍ଟିୟାନମାନେ ପରସ୍ପରକୁ ଭାଇ ଓ ଭଉଣୀ ଭାବରେ ବ୍ୟବହାର କରନ୍ତି ।—୧ ଯୋହନ ୪:୨୦, ୨୧.

. ସତ୍ୟ ଧର୍ମର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଏହାର ସଦସ୍ୟମାନଙ୍କର ବାଇବଲ ପ୍ରତି ଗଭୀର ସମ୍ମାନ ରହିଛି । ସେମାନେ ଏହାକୁ ପରମେଶ୍ୱରଙ୍କ ବାକ୍ୟ ରୂପେ ଗ୍ରହଣ କରନ୍ତି ଓ ସେଥିରେ ବିଶ୍ୱାସ କରନ୍ତି । (ଯୋହନ ୧୭:୧୭; ୨ ତୀମଥି ୩:୧୬, ୧୭) ସେମାନେ ପରମେଶ୍ୱରଙ୍କ ବାକ୍ୟକୁ ମାନବୀୟ ବିଚାର କିମ୍ବା ପ୍ରଥାଗୁଡ଼ିକ ଅପେକ୍ଷା ଅଧିକ ମହତ୍ୱପୂର୍ଣ୍ଣ ଭାବିଥାନ୍ତି । (ମାଥିଉ ୧୫:୧-୩, ୭-୯) ସେମାନେ ତାଙ୍କର ଦୈନନ୍ଦିନ ଜୀବନରେ ବାଇବଲ ନିର୍ଦ୍ଦେଶ ଅନୁସାରେ ବଞ୍ଚିବାକୁ ଚେଷ୍ଟା କରନ୍ତି । ତେଣୁ ସେମାନେ ଗୋଟିଏ କଥା ପ୍ରଚାର ଓ ଅନ୍ୟ କଥା ଅଭ୍ୟାସ କରନ୍ତି ନାହିଁ ।—ତିତସ୍‌ ୧:୧୫, ୧୬.

. ସତ୍ୟ ଧର୍ମ ପରମେଶ୍ୱରଙ୍କ ନାମକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ । (ମାଥିଉ ୬:୯) ଯୀଶୁ ପରମେଶ୍ୱରଙ୍କ ନାମ, ଯିହୋବା ବୋଲି ଅନ୍ୟମାନଙ୍କୁ ଜଣାଇଲେ । ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଏଭଳି କରିବା ଉଚିତ । (ଯୋହନ ୧୭:୬, ୨୬; ରୋମୀୟ ୧୦:୧୩, ୧୪) ଆପଣଙ୍କ ସଂପ୍ରଦାୟରେ କେଉଁ ଲୋକମାନେ ଅଛନ୍ତି ଯେ ଅନ୍ୟ ମାନଙ୍କୁ ପରମେଶ୍ୱରଙ୍କ ନାମ ସଂପର୍କରେ କହନ୍ତି ?

. ପ୍ରକୃତ ଖ୍ରୀଷ୍ଟିୟାନମାନେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବା ଆବଶ୍ୟକ । ଯୀଶୁ ଏହିପରି କରିଥିଲେ । ସେ ନିରନ୍ତର ସେହି ରାଜ୍ୟ ବିଷୟରେ କଥା କହୁଥିଲେ । (ଲୂକ ୮:୧) ସାରା ପୃଥିବୀରେ ଏହି ବାର୍ତ୍ତା ପ୍ରଚାର କରିବା ପାଇଁ ସେ ନିଜ ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ । (ମାଥିଉ ୨୪:୧୪; ୨୮:୧୯, ୨୦) ପ୍ରକୃତ ଖ୍ରୀଷ୍ଟିୟାନମାନେ ବିଶ୍ୱାସ କରନ୍ତି, କେବଳ ପରମେଶ୍ୱରଙ୍କ ରାଜ୍ୟ ହିଁ ଏହି ପୃଥିବୀରେ ବାସ୍ତବ ଶାନ୍ତି ଓ ସୁରକ୍ଷା ଆଣିଦେବ ।—ଗୀତସଂହିତା ୧୪୬:୩-୫.

. ଯୀଶୁଙ୍କ ଶିଷ୍ୟମାନେ ଏହି ଦୁଷ୍ଟ ସଂସାରର ଅଂଶ ହେବେ ନାହିଁ । (ଯୋହନ ୧୭:୧୬) ସେମାନେ ସଂସାରର ରାଜନୈତିକ କାର୍ଯ୍ୟରେ ଓ ସାମାଜିକ ବାଦବିବାଦରେ ଜଡ଼ିତ ହୁଅନ୍ତି ନାହିଁ । ସଂସାରର ଅତି ସାଧାରଣ ପ୍ରବୃତ୍ତି କ୍ଷତିକାରକ ଆଚରଣ, ଅଭ୍ୟାସ ଓ ମନୋବୃତ୍ତିଠାରୁ ସେମାନେ ଦୂରରେ ରହନ୍ତି । (ଯାକୁବ ୧:୨୭; ୪:୪) କʼଣ ଆପଣ ନିଜ ସମାଜରେ ଏପରି ପ୍ରକୃତ ଖ୍ରୀଷ୍ଟିୟାନଗୁଣ ବହନ କରୁଥିବା ଏକ ଧାର୍ମିକ ଗୋଷ୍ଠୀକୁ ଚିହ୍ନଟ କରି ପାରିବେ ?

[୨୬, ୨୭ ପୃଷ୍ଠାରେ ଚିତ୍ର]

ପ୍ରକୃତ ଖ୍ରୀଷ୍ଟିୟାନମାନେ ପରସ୍ପରକୁ ଭଲ ପାଆନ୍ତି, ବାଇବଲକୁ ସମ୍ମାନ ଦିଅନ୍ତି ଓ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରନ୍ତି