ପରମେଶ୍ୱର କʼଣ ଚାହାଁନ୍ତି ତାହା ଆପଣ କିପରି ଜାଣି ପାରିବେ
ପାଠ ୧
ପରମେଶ୍ୱର କʼଣ ଚାହାଁନ୍ତି ତାହା ଆପଣ କିପରି ଜାଣି ପାରିବେ
ବାଇବଲରେ କେଉଁ ମହତ୍ୱପୂର୍ଣ୍ଣ ବୃତ୍ତାନ୍ତ ବର୍ଣ୍ଣିତ ଅଛି ? (୧)
ବାଇବଲର ରଚୟିତା କିଏ ? (୨)
ଆପଣ ବାଇବଲ ଅଧ୍ୟୟନ କରିବେ କାହିଁକି ? (୩)
୧. ବାଇବଲ ପରମେଶ୍ୱରଙ୍କ ଏକ ମୂଲ୍ୟବାନ ଉପହାର ଅଟେ । ଏହା ପ୍ରେମମୟ ପିତାଙ୍କ ଦ୍ୱାରା ନିଜ ସନ୍ତାନମାନଙ୍କୁ ଲିଖିତ ଏକ ପତ୍ର ସଦୃଶ । ଏହା ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସତ୍ୟତା ସଂମ୍ପର୍କରେ ଜଣାଇଥାଏ—ସେ କିଏ ଓ ତାଙ୍କର ମହତ୍ୱ କʼଣ । ସମସ୍ୟାର ସମ୍ମୁଖୀନ କିପରି କରିବାକୁ ହୁଏ ଓ ପ୍ରକୃତ ଆନନ୍ଦ କିପରି ପାଇବା, ସେ ବିଷୟରେ ଏହା ବୁଝାଇଥାଏ । ପରମେଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ କʼଣ କରିବା ଆବଶ୍ୟକ, ତାହା କେବଳ ବାଇବଲ ଆମକୁ କହିଥାଏ ।—ଗୀତସଂହିତା ୧:୧-୩; ଯିଶାଇୟ ୪୮:୧୭, ୧୮.
୨. ସା.ଯୁ.ପୂ. ୧୫୧୩ରେ ଆରମ୍ଭ ହୋଇ ଦୀର୍ଘ ୧,୬୦୦ ବର୍ଷ ଧରି ପ୍ରାୟ ୪୦ ଜଣ ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ବାଇବଲ୍ ରଚିତ ହୋଇଥିଲା । ଏହା ୬୬ ଗୋଟି କ୍ଷୁଦ୍ର ଗ୍ରନ୍ଥ ଘେନି ସଂକଳିତ । ବାଇବଲର ରଚୟିତାମାନେ ପରମେଶ୍ୱରଙ୍କ ଦ୍ୱାରା ଅନୁପ୍ରେରିତ ହୋଇଥିଲେ । ସେମାନେ ତାହାଙ୍କ ବିଚାର ଲେଖିଥିଲେ, ନିଜେ ନିଜର ନୁହଁ । ତେଣୁ ପୃଥିବୀର କୌଣସି ମାନବ ନୁହେଁ; ବରଂ ସ୍ୱର୍ଗବାସୀ ସ୍ୱୟଂ ପରମେଶ୍ୱର ହିଁ ବାଇବଲର ରଚୟିତା ।—୨ ତୀମଥି ୩:୧୬, ୧୭; ୨ ପିତର ୧:୨୦, ୨୧.
୩. ବାଇବଲର ସଠିକ ନକଲ ଓ ସୁରକ୍ଷିତ ବିଷୟରେ ପରମେଶ୍ୱର ହିଁ ନିଶ୍ଚିତ କରିଥିଲେ । ଅନ୍ୟ ପୁସ୍ତକଗୁଡ଼ିକ ଅପେକ୍ଷା ବାଇବଲ ହିଁ ସର୍ବାଧିକ ସଂଖ୍ୟାରେ ମୁଦ୍ରିତ ହୋଇଅଛି । ଆପଣଙ୍କୁ ବାଇବଲ ଅଧ୍ୟୟନ କରୁଥିବା ଦେଖି ସମସ୍ତେ ହୁଏତ ଖୁସୀ ହେବେ ନାହିଁ, କିନ୍ତୁ ଏକଥା ଯେପରି ଆପଣଙ୍କୁ ସେଥିରୁ କ୍ଷାନ୍ତ କରି ନ ଦିଏ । ଯେ କୌଣସି ବିରୋଧ ସତ୍ୱେ ପରମେଶ୍ୱରଙ୍କୁ ଜାଣିବା ଓ ତାହାଙ୍କ ଇଚ୍ଛାକୁ ପାଳନ କରିବାରେ ଆପଣଙ୍କ ଅନନ୍ତ ଭବିଷ୍ୟତ ନିର୍ଭର କରେ ।—ମାଥିଉ ୫:୧୦-୧୨; ଯୋହନ ୧୭:୩.