ପାଠ ୨୩
ବାପ୍ତିସ୍ମ, ଯାହା ଅନେକ ଆଶିଷ ଆଣେ
ଯୀଶୁ ଶିଖାଇଥିଲେ ଯେ ଖ୍ରୀଷ୍ଟିୟାନମାନଙ୍କୁ ବାପ୍ତିସ୍ମ ନେବା ବହୁତ ଜରୁରୀ । (ମାଥିଉ ୨୮:୧୯, ୨୦ ପଢ଼ନ୍ତୁ ।) କିନ୍ତୁ ପ୍ରଶ୍ନ ହେଉଛି, ବାପ୍ତିସ୍ମ ନେବାର ଅର୍ଥ କʼଣ ? ଯଦି ଜଣେ ବ୍ୟକ୍ତି ବାପ୍ତିସ୍ମ ନେବାକୁ ଚାହେଁ, ତାହେଲେ ତାକୁ କʼଣ କରିବାକୁ ପଡ଼ିବ ?
୧. ବାପ୍ତିସ୍ମ କିପରି ଦିଆଯାଏ ?
ଶବ୍ଦ “ବାପ୍ତିସ୍ମ” ଯେଉଁ ଗ୍ରୀକ୍ ଶବ୍ଦରୁ ଆସିଛି, ତାʼ ଅର୍ଥ ହେଉଛି, ପାଣିରେ ପୂରାପୂରି “ଡୁବନ ଦେବା” କିମ୍ବା ପାଣିରେ ପୂରାପୂରି ବୁଡ଼ାଇବା । ଯେତେବେଳେ ଯୋହନ ଯର୍ଦ୍ଦନ ନଦୀରେ ଯୀଶୁଙ୍କୁ ବାପ୍ତିସ୍ମ ଦେଲେ, ସେ ତାଙ୍କୁ ପାଣିରେ ପୂରାପୂରି ବୁଡ଼ାଇ ବାହାର କରିଥିଲେ । ବାଇବଲରେ ଲେଖାଅଛି, ‘ଯୀଶୁ ଜଳରୁ ଉଠିଆସିଲେ ।’ (ମାର୍କ ୧:୯, ୧୦) ଠିକ୍ ସେହିଭଳି, ଆଜି ଯେତେବେଳେ ସତ୍ୟ ଖ୍ରୀଷ୍ଟିୟାନମାନେ ବାପ୍ତିସ୍ମ ନିଅନ୍ତି, ସେତେବେଳେ ସେମାନଙ୍କୁ ପାଣିରେ ପୂରାପୂରି ବୁଡ଼ାଇ ବାହାର କରାଯାଏ ।
୨. ବାପ୍ତିସ୍ମ ନେଇ ଜଣେ ବ୍ୟକ୍ତି କʼଣ ଦେଖାଏ ?
ବାପ୍ତିସ୍ମ ନେଇ ଜଣେ ବ୍ୟକ୍ତି ଦେଖାଏ ଯେ ସେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିଛି । କିନ୍ତୁ ଜଣେ ବ୍ୟକ୍ତି ନିଜ ଜୀବନ ସମର୍ପଣ କିପରି କରେ ? ବାପ୍ତିସ୍ମ ନେବା ପୂର୍ବରୁ ସେ ଏକୁଟିଆ ପ୍ରାର୍ଥନା କରି ଯିହୋବାଙ୍କୁ ପ୍ରତିଜ୍ଞା କରେ ଯେ ସେ ଜୀବନସାରା ତାଙ୍କ ସେବା କରିବ, କେବଳ ତାଙ୍କର ଉପାସନା କରିବ ଏବଂ ନିଜ ଜୀବନରେ କେବଳ ତାଙ୍କର ହିଁ ଇଚ୍ଛା ପୂରଣ କରିବ । ସେ ନିଷ୍ପତ୍ତି ନିଏ ଯେ ସେ ‘ନିଜକୁ ଅସ୍ୱୀକାର କରିବ ଓ ଯୀଶୁଙ୍କର ଅନୁଗମନ କରିବ’ ଅର୍ଥାତ୍ ସେ ଯୀଶୁଙ୍କ କଥାଗୁଡ଼ିକ ମାନିବ ଓ ତାଙ୍କ ଭଳି ହେବା ପାଇଁ ଚେଷ୍ଟା କରିବ । (ମାଥିଉ ୧୬:୨୪) ସମର୍ପଣ କରିବା ପରେ ଆଉ ବାପ୍ତିସ୍ମ ନେଲା ପରେ ହିଁ ଜଣେ ବ୍ୟକ୍ତି ଯିହୋବାଙ୍କ ସହ ଓ ତାଙ୍କ ସେବକମାନଙ୍କ ସହ ଏକ ମଜବୁତ୍ ସମ୍ପର୍କ ଗଢ଼ିପାରେ ।
୩. ବାପ୍ତିସ୍ମ ନେବା ପାଇଁ ଜଣେ ବ୍ୟକ୍ତିକୁ କʼଣ କରିବାକୁ ପଡ଼ିବ ?
ବାପ୍ତିସ୍ମ ନେବା ପାଇଁ ଜଣେ ବ୍ୟକ୍ତିକୁ ଯିହୋବାଙ୍କ ବିଷୟରେ ଶିଖିବାକୁ ପଡ଼ିବ ଏବଂ ତାଙ୍କ ଉପରେ ନିଜ ବିଶ୍ୱାସ ବଢ଼ାଇବାକୁ ପଡ଼ିବ । (ଏବ୍ରୀ ୧୧:୬ ପଢ଼ନ୍ତୁ ।) ଯେତେ ବେଶି ସେ ଏପରି କରିବ ସେତେ ବେଶି ଯିହୋବାଙ୍କ ପ୍ରତି ତାʼର ପ୍ରେମ ବଢ଼ିବ । ଏହି ପ୍ରେମ ତାକୁ ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ କହିବା ପାଇଁ ଏବଂ ଯିହୋବାଙ୍କ ସ୍ତର ଅନୁସାରେ ଚାଲିବା ପାଇଁ ସାହାଯ୍ୟ କରିବ । (୨ ତୀମଥି ୪:୨; ୧ ଯୋହନ ୫:୩) ଯେତେବେଳେ ସେ ଯିହୋବାଙ୍କ ‘ଯୋଗ୍ୟ ଆଚରଣ କରେ’ ଅର୍ଥାତ୍ ଏପରି ଜୀବନଯାପନ କରେ ଯେପରି ଯିହୋବା ନିଜ ସେବକମାନଙ୍କଠାରୁ ଚାହାନ୍ତି, ସେତେବେଳେ ସେ ସମର୍ପଣ କରିବା ପାଇଁ ଓ ବାପ୍ତିସ୍ମ ନେବା ପାଇଁ ନିଷ୍ପତ୍ତି ନେଇପାରିବ ।—କଲସୀୟ ୧:୯, ୧୦. a
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ବାଇବଲରେ ଯୀଶୁଙ୍କ ବାପ୍ତିସ୍ମ ବିଷୟରେ ଯାହା କୁହାଯାଇଛି, ସେଥିରୁ ଆମେ କʼଣ ଶିଖିପାରିବା ଏବଂ ଯଦି ଜଣେ ବ୍ୟକ୍ତି ବାପ୍ତିସ୍ମ ନେବାକୁ ଚାହେଁ, ତାହେଲେ ତାକୁ କʼଣ କରିବାକୁ ପଡ଼ିବ ।
୪. ଯୀଶୁଙ୍କ ବାପ୍ତିସ୍ମ ବିଷୟରେ ଯାହା କୁହାଯାଇଛି, ସେଥିରୁ ଆମେ କʼଣ ଶିଖୁ ?
ଯୀଶୁଙ୍କ ବାପ୍ତିସ୍ମ ବିଷୟରେ ଅଧିକ ଜାଣିବା ପାଇଁ ମାଥିଉ ୩:୧୩-୧୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
-
କʼଣ ବାପ୍ତିସ୍ମ ନେବା ବେଳେ ଯୀଶୁ ଜଣେ ଶିଶୁ ଥିଲେ ?
-
ଯୀଶୁଙ୍କୁ କିପରି ବାପ୍ତିସ୍ମ ଦିଆଯାଇଥିଲା ? କʼଣ ତାଙ୍କ ମୁଣ୍ଡରେ ପାଣି ଢାଳି ବାପ୍ତିସ୍ମ ଦିଆଯାଇଥିଲା ?
ବାପ୍ତିସ୍ମ ନେବା ପରେ ଯୀଶୁ ଗୋଟିଏ ବିଶେଷ କାମ କରିବା ଆରମ୍ଭ କଲେ, ଯାହା ଯିହୋବା ତାଙ୍କୁ ଦେଇଥିଲେ । ଲୂକ ୩:୨୧-୨୩ ଓ ଯୋହନ ୬:୩୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
-
ବାପ୍ତିସ୍ମ ନେବା ପରେ ଯୀଶୁ କେଉଁ କାମକୁ ସବୁଠୁ ବେଶି ମହତ୍ତ୍ୱ ଦେଲେ ?
୫. ଆପଣ ବି ବାପ୍ତିସ୍ମ ନେଇପାରିବେ
ହୁଏତ ଆପଣ ଭାବୁଥିବେ, ‘ସମର୍ପଣ ଓ ବାପ୍ତିସ୍ମ ନେବା ତ ବହୁତ ବଡ଼ ନିଷ୍ପତ୍ତି । ମୋ ଦ୍ୱାରା ଏହା ହେବନି ।’ କିନ୍ତୁ ଯଦି ଆପଣ ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖିବେ ଓ ତାଙ୍କ ସହ ନିଜ ସମ୍ପର୍କ ମଜବୁତ୍ କରିବେ, ତାହେଲେ ଆପଣ ବାପ୍ତିସ୍ମ ନେବାର ନିଷ୍ପତ୍ତି ନେଇପାରିବେ । ଆସନ୍ତୁ ଦେଖିବା ଯେ କିଛି ଲୋକ କିପରି ନିଜ ଜୀବନରେ ଏହି ନିଷ୍ପତ୍ତି ନେଇପାରିଲେ । ଭିଡିଓ ଦେଖନ୍ତୁ ।
ଯୋହନ ୧୭:୩ ଓ ଯାକୁବ ୧:୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
-
ବାପ୍ତିସ୍ମ ନେବା ପାଇଁ ଜଣେ ବ୍ୟକ୍ତି କʼଣ କରିପାରିବ ?
-
୧. ସମର୍ପଣ କରିବା ପାଇଁ ଜଣେ ବ୍ୟକ୍ତି ଯିହୋବାଙ୍କୁ କହେ ଯେ ସେ ସବୁଦିନ ପାଇଁ ତାଙ୍କର ହିଁ ସେବା କରିବ
-
୨. ବାପ୍ତିସ୍ମ ନେଇ ଜଣେ ବ୍ୟକ୍ତି ଦେଖାଏ ଯେ ସେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିଛି
୬. ବାପ୍ତିସ୍ମ ନେଲେ ଆପଣ ଯିହୋବାଙ୍କ ପରିବାରର ଏକ ସଦସ୍ୟ ହୋଇଯିବେ
ସାରା ଦୁନିଆରେ ଥିବା ଯିହୋବାଙ୍କ ସାକ୍ଷୀମାନେ ଏକ ପରିବାର ଭଳି ଅଟନ୍ତି । ଏହା ସତ ଯେ ସେମାନେ ଅଲଗା ଅଲଗା ଜାଗାରେ ରହନ୍ତି, ସେମାନଙ୍କର ସଂସ୍କୃତି ଓ ଭାଷା ମଧ୍ୟ ଅଲଗା । କିନ୍ତୁ ସେମାନେ ବାଇବଲର ଯେଉଁ ସ୍ତରଗୁଡ଼ିକୁ ମାନନ୍ତି ଏବଂ ଯେଉଁ ଶିକ୍ଷାଗୁଡ଼ିକ ଉପରେ ବିଶ୍ୱାସ କରନ୍ତି, ସବୁ ସମାନ । ବାପ୍ତିସ୍ମ ନେଲା ପରେ ଜଣେ ବ୍ୟକ୍ତି ଯିହୋବାଙ୍କ ପରିବାରର ଏକ ସଦସ୍ୟ ହୋଇଯାଏ । ଯାକୁବ ୨:୨୩ ଓ ୧ ପିତର ୨:୧୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
-
ଏହି ପଦଗୁଡ଼ିକ ଅନୁସାରେ, ବାପ୍ତିସ୍ମ ନେଲା ପରେ ଜଣେ ବ୍ୟକ୍ତିକୁ କʼଣ କʼଣ ଲାଭ ମିଳେ ?
କିଛି ଲୋକ କହନ୍ତି: “ମୁଁ ଏବେ ବାପ୍ତିସ୍ମ ନେଇପାରିବିନି ।”
-
ହୁଏତ ଆପଣଙ୍କୁ ବି ଏପରି ଲାଗୁଥିବ । ତଥାପି କʼଣ ଆପଣଙ୍କୁ ଲାଗେ ଯେ ବାପ୍ତିସ୍ମ ନେଲେ ଆପଣଙ୍କୁ ଅନେକ ଆଶିଷ ମିଳିବ ?
ଆମେ କʼଣ ଶିଖିଲୁ ?
ଯୀଶୁ ଶିଖାଇଥିଲେ ଯେ ଜଣେ ବ୍ୟକ୍ତିକୁ ତାଙ୍କର ଶିଷ୍ୟ ହେବା ପାଇଁ ବାପ୍ତିସ୍ମ ନେବାକୁ ପଡ଼ିବ । କିନ୍ତୁ ବାପ୍ତିସ୍ମ ନେବା ପାଇଁ ତାକୁ ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ବଢ଼ାଇବାକୁ ପଡ଼ିବ, ତାଙ୍କ ସ୍ତର ଅନୁସାରେ ଚାଲିବାକୁ ପଡ଼ିବ ଏବଂ ନିଜ ଜୀବନ ତାଙ୍କୁ ସମର୍ପଣ କରିବାକୁ ପଡ଼ିବ ।
ଆପଣ କʼଣ କହିବେ ?
-
ବାପ୍ତିସ୍ମ କିପରି ଦିଆଯାଏ ଏବଂ ବାପ୍ତିସ୍ମ ନେବା କାହିଁକି ଜରୁରୀ ?
-
ସମର୍ପଣ କରିବା ଓ ବାପ୍ତିସ୍ମ ନେବାର ଅର୍ଥ କʼଣ ?
-
ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପାଇଁ ଜଣେ ବ୍ୟକ୍ତିକୁ କʼଣ କରିବାକୁ ପଡ଼ିବ ?
ଅଧିକ ଜାଣନ୍ତୁ
ଜାଣନ୍ତୁ ଯେ ବାପ୍ତିସ୍ମ ନେବାର ଅର୍ଥ କʼଣ ।
ଆସନ୍ତୁ ଜାଣିବା ଯେ ଜଣେ ବ୍ୟକ୍ତି ବାପ୍ତିସ୍ମ ନେବା ପାଇଁ କʼଣ କରିପାରିବ ।
“ଯିହୋବାଙ୍କ ପ୍ରତି ପ୍ରେମ ଥିଲେ ଆପଣ ବାପ୍ତିସ୍ମ ନେବେ” (ପ୍ରହରୀଦୁର୍ଗ-ହି, ମାର୍ଚ୍ଚ ୨୦୨୦)
ଆସନ୍ତୁ ଜାଣିବା ଯେ ଜଣେ ବ୍ୟକ୍ତି କାହିଁକି ବାପ୍ତିସ୍ମ ନେଲେ ।
“ସେମାନେ ଚାହୁଁଥିଲେ ଯେ ମୁଁ ନିଜେ ଯାଞ୍ଚ କରିକି ଦେଖେ ଯେ ସତ୍ୟ କʼଣ” (ପ୍ରହରୀଦୁର୍ଗ ଲେଖା-ହି)
ଆମେ କାହିଁକି କହିପାରିବା ଯେ ବାପ୍ତିସ୍ମ ନେଲେ ଆମକୁ ଆଶିଷ ମିଳେ ଏବଂ ତାʼପାଇଁ ଆପଣ କିପରି ନିଜକୁ ପ୍ରସ୍ତୁତ କରିପାରିବେ ?
a ଯଦି ଜଣେ ବ୍ୟକ୍ତି ଆଗରୁ କୌଣସି ଧର୍ମରେ ବାପ୍ତିସ୍ମ ନେଇସାରିଛି, ତଥାପି ତାକୁ ପୁଣି ବାପ୍ତିସ୍ମ ନେବାକୁ ପଡ଼ିବ । ଏପରି କାହିଁକି ? କାରଣ ସେ ଆଗରୁ ଯେଉଁ ଧର୍ମରେ ଥିଲା, ସେଥିରେ ବାଇବଲର ସତ୍ୟଗୁଡ଼ିକ ଶିଖାଯାଉ ନ ଥିଲା ।—ପ୍ରେରିତ ୧୯:୧-୫ ଓ ପାଠ ୧୩ ଦେଖନ୍ତୁ ।