इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସ୍ତ୍ରୀମାନଙ୍କ ସୁରକ୍ଷା​—ଶାସ୍ତ୍ରରେ କʼଣ କୁହାଯାଇଛି ?

ସ୍ତ୍ରୀମାନଙ୍କ ସୁରକ୍ଷା​—ଶାସ୍ତ୍ରରେ କʼଣ କୁହାଯାଇଛି ?

 ଦୁନିଆରେ ଲକ୍ଷ ଲକ୍ଷ ସ୍ତ୍ରୀ ଓ ଝିଅମାନଙ୍କ ସହିତ ବହୁତ ଖରାପ ବ୍ୟବହାର ହେଉଛି । କʼଣ ଆପଣଙ୍କ ସହିତ ବି ଏପରି କିଛି ହୋଇଛି ? ଈଶ୍ୱର ଆପଣଙ୍କ ସୁରକ୍ଷାକୁ କାହିଁକି ଏତେ ଗୁରୁତ୍ୱ ଦିଅନ୍ତି ଆଉ ସ୍ତ୍ରୀମାନଙ୍କ ସହ ଯେଉଁ ଖରାପ ବ୍ୟବହାର ହେଉଛି, ଏବିଷୟରେ ସେ କʼଣ କରିବେ ? ଏହା ଜାଣନ୍ତୁ ।

 “ପିଲାବେଳେ ମୋ ଭାଇ ମୋତେ ବହୁତ ପିଟୁଥିଲା ଓ ବହୁତ ପାଟିତୁଣ୍ଡ କରୁଥିଲା । ବିବାହ ପରେ ମୋ ଶାଶୁ ମଧ୍ୟ ଏପରି ହିଁ କରୁଥିଲେ । ସେ ଓ ମୋ ଶଶୁର ମୋତେ ଚାକରାଣୀ ଭାବୁଥିଲେ । ମୁଁ ଆତ୍ମହତ୍ୟା କରିବା ପାଇଁ ଭାବୁଥିଲି ।”ମଧୁ, a ଭାରତ ।

 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହେ, “ଦୁନିଆରେ ଚାରିଆଡ଼େ ସ୍ତ୍ରୀମାନଙ୍କ ସହ ହିଂସା ହେଉଛି ।” ଅନୁମାନ କରାଯାଏ ଯେ ପ୍ରତ୍ୟେକ ତିନିଜଣଙ୍କ ମଧ୍ୟରୁ ଜଣେ କେବେ ନା କେବେ ହିଂସା ବା ଯୌନ ଶୋଷଣର ଶିକାର ହୁଅନ୍ତି ।

 ଯଦି ଆପଣଙ୍କ ସହ ଏପରି କିଛି ହୋଇଛି ତାହେଲେ ଆପଣଙ୍କୁ ବହୁତ ଡର ଲାଗିପାରେ । ଯେପରି, ଯଦି ଆପଣ କୁଆଡ଼େ ଯାଉଛନ୍ତି ତାହେଲେ ଆପଣଙ୍କୁ ଏହା ଚିନ୍ତା ହେବ ଯେ କେହି ଆପଣଙ୍କୁ କିଛି ଓଲଟା ସିଧା କହିଦେବେ, ମାରପିଟ୍‌ କରିବେ କିମ୍ବା ଆପଣଙ୍କ ସହିତ ଖରାପ କାମ କରିବା ପାଇଁ ଚେଷ୍ଟା କରିବେ । ଏପରି ଖରାପ ବ୍ୟବହାର ଦେଖି ହୁଏତ ଆପଣ ଭାବୁଥିବେ ଯେ ଲୋକମାନେ ସ୍ତ୍ରୀମାନଙ୍କୁ ବହୁତ ତୁଚ୍ଛ ମନେକରନ୍ତି । କିନ୍ତୁ କʼଣ ଈଶ୍ୱର ମଧ୍ୟ ସ୍ତ୍ରୀମାନଙ୍କ ବିଷୟରେ ଏପରି ହିଁ ଭାବନ୍ତି ?

ବାଇବଲରୁ ଜଣାପଡ଼େ ଯେ ଈଶ୍ୱରଙ୍କ ପାଇଁ ସ୍ତ୍ରୀମାନଙ୍କ ସୁରକ୍ଷା ବହୁତ ମହତ୍ତ୍ୱ ରଖେ

ଈଶ୍ୱର ସ୍ତ୍ରୀମାନଙ୍କ ବିଷୟରେ କʼଣ ଭାବନ୍ତି ?

 ଶାସ୍ତ୍ରରେ ଲେଖାଅଛି, “ପରମେଶ୍ୱର . . . ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ ।”—ଆଦି ପୁସ୍ତକ ୧:୨୭.

 ଅର୍ଥ: ଈଶ୍ୱର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ସୃଷ୍ଟି କରିଛନ୍ତି । ତାଙ୍କ ଅନୁସାରେ ସେ ଦୁହିଁଙ୍କୁ ସମାନ ଆଦର ମିଳିବା ଉଚିତ୍‌ । ଈଶ୍ୱର କେବେ ବି ଚାହାନ୍ତି ନାହିଁ ଯେ ପୁରୁଷ ନିଜ ସ୍ତ୍ରୀ ଉପରେ ଶାସନ କରୁ, ଗାଳିଗୁଲଜ କରୁ ବା ତାʼ ଉପରେ ହାତ ଉଠାଉ, ବରଂ ସେ ଚାହାନ୍ତି ଯେ ଜଣେ ପୁରୁଷ ‘ଆପଣା ଆପଣା ସ୍ତ୍ରୀକୁ ଆତ୍ମ ତୁଲ୍ୟ ପ୍ରେମ କରୁ ।’ (ଏଫିସୀୟ ୫:୩୩; କଲସୀୟ ୩:୧୯) ଏଥିରୁ ଜଣାପଡ଼େ ଯେ ଈଶ୍ୱର ସ୍ତ୍ରୀମାନଙ୍କ ସୁରକ୍ଷାକୁ ବହୁତ ଗୁରୁତ୍ୱ ଦିଅନ୍ତି ।

 “ଯେବେ ମୁଁ ଛୋଟ ଥିଲି ତେବେ ମୋ ସମ୍ପର୍କୀୟମାନେ ମୋ ସହ ଖରାପ କାମ କରୁଥିଲେ । ଆଉ ଯେବେ ମୁଁ ୧୭ ବର୍ଷର ଥିଲି, ତେବେ ମୋ ମାଲିକ ମୋତେ ଧମକ ଦେଉଥିଲା ଯେ ଯଦି ମୁଁ ତାʼସହ ସେକ୍ସ କରିବିନି, ତାହେଲେ ସେ ମୋତେ ଚାକିରିରୁ ବାହାର କରିଦେବ । ପରେ ମୋ ସ୍ୱାମୀ, ବାପାମାଆ ଆଉ ପଡ଼ୋଶୀମାନେ ମୋତେ ନୀଚ ଭାବିବାକୁ ଲାଗିଲେ । ପରେ ମୁଁ ଶିଖିଲି ଯେ ଆମ ସୃଷ୍ଟିକର୍ତ୍ତା ଯିହୋବା b ସ୍ତ୍ରୀମାନଙ୍କୁ ବହୁତ ଆଦର କରନ୍ତି । ଏହା ଜାଣି ମୋତେ ଭରସା ହୋଇଗଲା ଯେ ସେ ମୋତେ ବହୁତ ପ୍ରେମ କରନ୍ତି ଓ ମୋତେ ବହୁମୂଲ୍ୟ ମନେ କରନ୍ତି ।”ମାରିଆ, ଆର୍ଜେଣ୍ଟିନା ।

କେଉଁ କଥା ଆପଣଙ୍କ ଦୁଃଖକୁ କମ୍‌ କରିବା ପାଇଁ ସାହାଯ୍ୟ କରିବ ?

 ଶାସ୍ତ୍ରରେ ଲେଖାଅଛି, ‘ଅନେକ ମିତ୍ର ଥାʼନ୍ତି, ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି ।’—ହିତୋପଦେଶ ୧୮:୨୪.

 ଅର୍ଥ: ଜଣେ ପ୍ରକୃତ ସାଙ୍ଗ ଆପଣଙ୍କୁ ସାହାଯ୍ୟ କରିପାରିବ । ଆପଣ ଚାହିଁଲେ କୌଣସି ଏପରି ବ୍ୟକ୍ତିକୁ ଆପଣଙ୍କ ହୃଦୟର କଥା କହନ୍ତୁ, ଯାହାକୁ ଆପଣ ଭରସା କରନ୍ତି ।

 “ମୁଁ ୨୦ ବର୍ଷ ଯାଏ କାହାରିକୁ ବି କହିଲି ନାହିଁ ଯେ ମୋର ଯୌନ ଶୋଷଣ ହୋଇଥିଲା । ତେଣୁ ମୁଁ ସବୁବେଳେ ଦୁଃଖି ରହୁଥିଲି, ଡରି ଡରି ଓ ନିରାଶ ରହୁଥିଲି । କିନ୍ତୁ ପରେ ମୁଁ ଜଣକୁ ନିଜ ହୃଦୟର କଥା କହିଲି ଆଉ ସେ ଧ୍ୟାନର ସହ ମୋ କଥା ଶୁଣିଲେ । ସେସମୟରେ ମୋତେ କେତେ ଭଲ ଲାଗିଲା, ତାହା ମୁଁ କହିପାରିବିନି ।”—ଈଲିଫ୍‌, ତୁର୍କିୟେ ।

 ଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର [ଈଶ୍ୱରଙ୍କ] ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି ।’—୧ ପିତର ୫:୭.

 ଅର୍ଥ: ଯେବେ ଆପଣ ପ୍ରାର୍ଥନା କରନ୍ତି, ତେବେ ଈଶ୍ୱର ନିଶ୍ଚୟ ଆପଣଙ୍କ ପ୍ରାର୍ଥନା ଶୁଣନ୍ତି । (ଗୀତସଂହିତା ୫୫:୨୨; ୬୫:୨) ସେ ଆପଣଙ୍କ ଚିନ୍ତା କରନ୍ତି ଆଉ ଆପଣଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରିବେ ଯେ ଆପଣ ବହୁମୂଲ୍ୟ ଅଟନ୍ତି ।

 “ଯିହୋବାଙ୍କ ବିଷୟରେ ଶିଖିବାରୁ ମୋ ଦୁଃଖ କମ୍‌ ହେବାକୁ ଲାଗିଲା । ଏବେ ମୁଁ ମୋ ହୃଦୟର ସବୁ କଥା ତାଙ୍କୁ କହେ । ସେ ମୋର ଏପରି ସାଙ୍ଗ ଅଟନ୍ତି, ଯିଏ ମୋତେ ଭଲଭାବେ ବୁଝିପାରନ୍ତି ।”—ଏନା, ବେଲିଜ୍‌ ।

ସ୍ତ୍ରୀମାନଙ୍କ ସହିତ ଯେଉଁ ଖରାପ ବ୍ୟବହାର ହେଉଛି, କʼଣ ଈଶ୍ୱର ସେଗୁଡ଼ିକୁ କେବେ ରୋକିବେ ?

 ଶାସ୍ତ୍ରରେ ଲେଖାଅଛି, ‘ଯିହୋବା . . . ପିତୃହୀନ ଓ ଉପଦ୍ରବଗ୍ରସ୍ତ ଲୋକଙ୍କର ବିଚାର କରିବେ, ତହିଁରେ ମୃତ୍ତିକାଜାତ ମନୁଷ୍ୟ ଆଉ ଭୟଙ୍କର ହୋଇ ପାରିବ ନାହିଁ ।’—ଗୀତସଂହିତା ୧୦:୧୭, ୧୮.

 ଅର୍ଥ: ଆଜି ସ୍ତ୍ରୀମାନଙ୍କ ସହ ଯେଉଁ ଅନ୍ୟାୟ, ଅତ୍ୟାଚାର ଓ ହିଂସା ହେଉଛି, ଈଶ୍ୱର ତାକୁ ଖୁବ୍‌ ଶୀଘ୍ର ଶେଷ କରିଦେବେ ।

 “ଯେବେ ମୁଁ ଜାଣିଲି ଯେ ଯିହୋବା ଖୁବ୍‌ ଶୀଘ୍ର ସ୍ତ୍ରୀ ଓ ଝିଅମାନଙ୍କ ସହ ଯେଉଁ ଖରାପ ବ୍ୟବହାର ହେଉଛି ତାକୁ ଶେଷ କରିଦେବେ, ତେବେ ମୋତେ ଏପରି ଲାଗିଲା ଯେପରି କେହି ମୋ ଆଘାତରେ ପଟି ବାନ୍ଧି ଦେଲା । ଏଥିରୁ ମୋତେ ମନର ଶାନ୍ତି ମିଳିଲା ।”—ରୋବର୍ଟା, ମେକ୍ସିକୋ ।

 କʼଣ ଆପଣ ଜାଣିବା ପାଇଁ ଚାହାନ୍ତି ଯେ ବାଇବଲରେ ଆଉ କʼଣ ଆଶା ଦିଆଯାଇଛି, ଆପଣ ଏହି ପ୍ରତିଜ୍ଞା ଉପରେ କାହିଁକି ଭରସା କରିପାରିବେ ଆଉ ଯିହୋବାଙ୍କ ସାକ୍ଷୀମାନେ ବାଇବଲରୁ କିପରି ସାନ୍ତ୍ୱନା ଦିଅନ୍ତି ? ଯଦି ହଁ, ତାହେଲେ , ତାଙ୍କ ସହ ସମ୍ପର୍କ କରନ୍ତୁ । ସେ ଆପଣଙ୍କୁ ଭେଟିବା ପାଇଁ ପଇସା ନେବେ ନାହିଁ ।

 ଏହି ଲେଖାର ଯେଉଁ କପି ପ୍ରିଣ୍ଟ ହୋଇପାରିବ, ତାହାକୁ ଡାଉନଲୋଡ୍‌ କରନ୍ତୁ ।

a ଏହି ଲେଖାରେ ଦିଆଯାଇଥିବା ଲୋକମାନଙ୍କ ନାମ ସେମାନଙ୍କର ଅସଲି ନାମ ନୁହେଁ ।

b ଈଶ୍ୱରଙ୍କ ନାମ ଯିହୋବାଃ । (ଯାତ୍ରା ପୁସ୍ତକ ୬:୨, ୩) “ଯିହୋବା କିଏ ?” ଲେଖା ଦେଖନ୍ତୁ ।