ବିଶ୍ୱାସର ଆଖିରେ
୧. ଡରିବିନି ସିଂହକୁ
ନା ଡରିବି ଶତ୍ରୁକୁ ।
ଯିହୋବା ମୋ ସାଥିରେ,
ନା ଭୟ ମୋ ଠାରେ;
ଯିହୋବା ମୋ ଦୃଢ଼ ଜାଣେ ।
(ଘୋଷା)
ଦେଖୁଛି ମୁଁ, ବିଶ୍ୱାସର ଆଖିରେ ।
ଆଗେ ଅଛି, ଅନନ୍ତ ଜୀବନ !
ଯିହୋବା ଦିଏ ମୋତେ
ବଳ ଓ ସାହସ ।
ଜାଣେ ମୁଁ ଯିହୋବା ମୋ ପାଖେ—
ବିଶ୍ୱାସ କରେ ।
୨. ଯେତେ ବିଶ୍ୱାସୀ ଗଣ
ରଖିଲେ ଦୃଢ଼ ଆଶା ।
ସବୁ ଜୀବିତ ହେବେ
ଦେଖିବେ ଆଖିରେ;
ତୁମ ପ୍ରତିଜ୍ଞାର ଫଳ ।
(ଘୋଷା)
ଦେଖୁଛି ମୁଁ, ବିଶ୍ୱାସର ଆଖିରେ ।
ଆଗେ ଅଛି, ଅନନ୍ତ ଜୀବନ !
ଯିହୋବା ଦିଏ ମୋତେ,
ବଳ ଓ ସାହସ ।
ଜାଣେ ମୁଁ ଯିହୋବା ମୋ ପାଖେ—
ବିଶ୍ୱାସ କରେ ।
(ବିଶେଷ ପଂକ୍ତି)
ଥିଲେ ଦୁଃଖ ପର୍ବତ ପରି ମୋର,
ସହି ଯିବି ସବୁକିଛି ।
ରଖେ ଆଶା
ଦିଏ ଯିହୋବା ଭରସା,
ହୋଇ ଯିବି ମୁଁ ସାହସୀ ।
୩. ଦେଖିବି ପାରଦିଶ
ରଖେ ମୁଁ ବିଶ୍ୱାସ ।
ହେବିନି ଦୂର୍ବଳ
ରହିବି ଅଟଳ
ଯିହୋବା ନିଶ୍ଚେ ହେବେ ଜୟ ।
(ଘୋଷା)
ଦେଖୁଛି ମୁଁ, ବିଶ୍ୱାସର ଆଖିରେ ।
ଆଗେ ଅଛି, ଅନନ୍ତ ଜୀବନ !
ଯିହୋବା ଦିଏ ମୋତେ,
ବଳ ଓ ସାହସ ।
ଜାଣେ ମୁଁ ଯିହୋବା ମୋ ପାଖେ—
ବିଶ୍ୱାସ କରେ ।
ବିଶ୍ୱାସ କରେ ।
(ଏବ୍ରୀ ୧୧:୧-୪୦ ମଧ୍ୟ ଦେଖନ୍ତୁ ।)