ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପବିତ୍ର ଶକ୍ତି ଦ୍ୱାରା ଅସମ୍ଭବ ମଧ୍ୟ ସମ୍ଭବ ହେଲା
ପ୍ରାଚୀନ ସମୟରୁ ଆଜି ପର୍ଯ୍ୟନ୍ତ ଯିହୋବାଙ୍କ ସେବକମାନେ ଅନେକ ବଡ଼ ବଡ଼ କାମ କରିଛନ୍ତି । ସେମାନେ ଏପରି କି ନିଜ ଶକ୍ତିରୁ ନୁହେଁ ବରଂ ଯିହୋବାଙ୍କ ସାହାଯ୍ୟରୁ କରିପାରିଛନ୍ତି । ୧୯୫୪ ମସିହାରେ ଯିହୋବାଙ୍କ ସଂଗଠନ ଗୋଟିଏ ଚଳଚିତ୍ର ବାହାର କଲା ଯାହାର ନାମ ଥିଲା, ନୂଆ ଦୁନିଆର ଲୋକମାନେ ଦିନ ରାତି ସେବା କରୁଛନ୍ତି । ଏହି ଚଳଚିତ୍ର ବୈଥେଲର ଭାଇଭଉଣୀମାନେ ତିଆରି କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାଇଭଉଣୀମାନଙ୍କଠାରେ ଚଳଚିତ୍ର ତିଆରି କରିବାର କୌଣସି ଅନୁଭୂତି ନ ଥିଲା । ଏହି କାମ ବହୁତ କଠିନ ଥିଲା, କିନ୍ତୁ ଯିହୋବାଙ୍କ ପବିତ୍ର ଶକ୍ତି ସାହାଯ୍ୟରେ ଏହା ସମ୍ଭବ ହୋଇପାରିଲା । ଏଥିରୁ ଆମେ ଶିଖୁ ଯେ ଯଦି ଆମେ ଯିହୋବାଙ୍କ ଉପରେ ଭରସା ରଖିବା, ତେବେ ଆମେ ଯେକୌଣସି କାମ ମଧ୍ୟ କରିପାରିବା ।—ଯିଖ ୪:୬.
“ନୂଆ ଦୁନିଆର ଲୋକମାନେ ଦିନ ରାତି ସେବା କରୁଛନ୍ତି” ଚଳଚିତ୍ର କିପରି ତିଆରି ହେଲା ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।
-
ବିଶ୍ୱ ମୁଖ୍ୟାଳୟ ବିଷୟରେ ଚଳଚିତ୍ର ତିଆରି କରିବାର ନିଷ୍ପତ୍ତି କାହିଁକି ନିଆଗଲା ?
-
ଏହି ଚଳଚିତ୍ରରୁ କିପରି ଜଣାପଡ଼େ ଯେ ବୈଥେଲର ସଦସ୍ୟ ଗୋଟିଏ ଶରୀରର ଭିନ୍ନ ଭିନ୍ନ ଅଙ୍ଗ ଭଳି ଅଟନ୍ତି ?—୧କରି ୧୨:୧୪-୨୦
-
ଚଳଚିତ୍ର ତିଆରି କରିବାବେଳେ ଭାଇମାନଙ୍କ ଆଗରେ କେଉଁ କେଉଁ ସମସ୍ୟା ଆସିଲା ? ଭାଇମାନେ ତାହା କିପରି ସାମନା କଲେ ?
-
ଏହି ଭିଡ଼ିଓରୁ ଆପଣଙ୍କୁ ଯିହୋବାଙ୍କ ପବିତ୍ର ଶକ୍ତି ବିଷୟରେ କʼଣ ଜଣାପଡ଼େ ?