इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବୈଥେଲର ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଗୋଟିଏ ବଢ଼ିଆ ବ୍ୟବସ୍ଥା

ବୈଥେଲର ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଗୋଟିଏ ବଢ଼ିଆ ବ୍ୟବସ୍ଥା

ସମସ୍ତଙ୍କୁ କେବେ ନା କେବେ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଥାଏ । ଏପରି ସମୟରେ ସେମାନଙ୍କୁ ସାହାଯ୍ୟ ଓ ସାନ୍ତ୍ୱନାର ଦରକାର ହୋଇଥାଏ । ଏପରି ଭାଇଭଉଣୀମାନେ ମଧ୍ୟ ସମସ୍ୟା ସମୟରେ ନିରାଶ ହୋଇଯାନ୍ତି, ଯେଉଁମାନଙ୍କ ଯିହୋବାଙ୍କ ସହ ଦୃଢ଼ ସମ୍ପର୍କ ଅଛି କିମ୍ବା ଯେଉଁମାନେ ଯିହୋବାଙ୍କ ସଂଗଠନରେ ବଡ଼ ବଡ଼ ଦାୟିତ୍ୱ ତୁଲାଉଛନ୍ତି । (ଆୟୁ ୩:୧-୩; ଗୀତ ୩୪:୧୯) ତେଣୁ ବୈଥେଲ ପରିବାରର ସଦସ୍ୟମାନଙ୍କ ସାହସ ବଢ଼ାଇବା ପାଇଁ ଲଗାତାର ପ୍ରତିପାଳକ ଭେଟ କରାଯାଏ । ଏହି ବ୍ୟବସ୍ଥାରୁ ଆମେ କʼଣ ଶିଖିପାରିବା ?

“ଈଶ୍ୱରଙ୍କ ଉପରେ ଭରସା ରଖନ୍ତୁ” ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ବୈଥେଲ ପରିବାରର ଭାଇଭଉଣୀମାନଙ୍କୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ?

  • ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ପ୍ରତିପାଳକ ଭେଟ କରୁଥିବା ଭାଇମାନେ କେଉଁ ଚାରୋଟି କଥା ଉପରେ ଧ୍ୟାନ ଦିଅନ୍ତି ?

  • ପ୍ରତିପାଳକ ଭେଟ କରୁଥିବା ଭାଇମାନଙ୍କୁ ଏଥିରୁ କʼଣ ଲାଭ ହେଲା ?