ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ”
ଯଦି ଆମେ ଗରିବ ଅଟୁ ତେବେ ଆମେ କେଉଁ କଥାରୁ ପ୍ରଲୋଭିତ ହୋଇପାରିବା, ଯେଉଁଥିରୁ ଯିହୋବାଙ୍କ ସହ ଆମ ସମ୍ପର୍କ ଦୁର୍ବଳ ହୋଇପାରେ । ଉଦାହରଣ ପାଇଁ ହୁଏତ ଆମକୁ ଏପରି ସୁଯୋଗ ମିଳିବ ଯେଉଁଥିରେ ଆମେ ବହୁତ ପଇସା ରୋଜଗାର କରିପାରିବା, କିନ୍ତୁ ଏହି କାମ ଯୋଗୁଁ ଆମେ ଯିହୋବାଙ୍କ ଭଲଭାବେ ସେବା କରିପାରିବାନି । ତେଣୁ ଏବ୍ରୀ ୧୩:୫ ପଦରେ ଲେଖାଥିବା କଥା ଉପରେ ଚିନ୍ତନ କଲେ ଆମେ ସଠିକ୍ ନିଷ୍ପତ୍ତି ନେଇପାରିବା ।
“ଆଚାରବ୍ୟବହାରରେ ଧନଲୋଭଶୂନ୍ୟ ହୁଅ”
-
ପ୍ରାର୍ଥନା କରନ୍ତୁ, ତାʼପରେ ଧ୍ୟାନର ସହ ଭାବନ୍ତୁ ଯେ ପଇସା ଆପଣଙ୍କ ପାଇଁ କେତେ ମହତ୍ତ୍ୱ ରଖେ । ଏହା ବି ଭାବନ୍ତୁ ଯେ ଏହି ମାମଲାରେ ଆପଣ ନିଜ ପିଲାମାନଙ୍କ ପାଇଁ କʼଣ ଉଦାହରଣ ରଖୁଛନ୍ତି ।—ସଜା-ହି ୧୦/୧୫ ପୃ ୬.
“ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ”
-
ଯଦି ଆପଣଙ୍କ ଇଚ୍ଛାଗୁଡ଼ିକ ଆପଣଙ୍କ ଆବଶ୍ୟକତା ହୋଇଯାଇଛି, ତାହେଲେ ନିଜ ଚିନ୍ତାଧାରାକୁ ପରିବର୍ତ୍ତନ କରନ୍ତୁ ।—ପ୍ର୧୬.୦୭-ହି ପୃ ୭ ¶୧-୨.
“ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ”
-
ଯିହୋବାଙ୍କ ଉପରେ ଭରସା ରଖନ୍ତୁ ଯେ ଯେବେ ଆପଣ ତାଙ୍କ ରାଜ୍ୟକୁ ପ୍ରଥମ ସ୍ଥାନ ଦେବେ, ତେବେ ସେ ଆପଣଙ୍କୁ ନିଜ ଆବଶ୍ୟକତାଗୁଡ଼ିକୁ ପୂରା କରିବା ପାଇଁ ସାହାଯ୍ୟ କରିବେ ।—ପ୍ର୧୪-ହି ୪/୧୫ ପୃ ୨୧ ¶୧୭.
ଆମ ଭାଇଭଉଣୀ କିପରି ଭାବେ ପ୍ରକୃତ ଶାନ୍ତି ପାଉଛନ୍ତି . . . ଆର୍ଥିକ ସମସ୍ୟା ସତ୍ତ୍ୱେ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏପ୍ରଶ୍ନର ଉତ୍ତର ଦିଅନ୍ତୁ:
ଭାଇ ମିଗେଲ ନୋଭୋଆଙ୍କଠାରୁ ଆପଣ କʼଣ ଶିଖିଲେ ?