ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ବାପାମାଆମାନେ, ନିଜ ପିଲାମାନଙ୍କୁ ଶିଖାନ୍ତୁ ଯେ ସେମାନେ କିପରି ଈଶ୍ୱରଙ୍କୁ ଖୁସି କରିପାରିବେ
ଯିହୋବାଙ୍କ ଦୃଷ୍ଟିରେ ପିଲାମାନେ ଓ ଯୁବାମାନେ ବହୁତ ବହୁମୂଲ୍ୟ ଅଟନ୍ତି । ସେ ଧ୍ୟାନ ଦିଅନ୍ତି ଯେ ସେମାନେ କିପରି ନିଜ ବିଶ୍ୱାସ ଓ ତାଙ୍କ ପାଇଁ ନିଜ ପ୍ରେମକୁ ବଢ଼ାଉଛନ୍ତି ଓ କିପରି ସେମାନେ ତାଙ୍କ ସେବା କରିବା ପାଇଁ ହାର୍ ମାନୁ ନାହାନ୍ତି । (୧ଶାମୁ ୨:୨୬; ଲୂକ ୨:୫୨) ଛୋଟ ପିଲାମାନେ ମଧ୍ୟ ଯେବେ ଭଲରେ ବ୍ୟବହାର କରନ୍ତି, ତେବେ ସେମାନେ ଯିହୋବାଙ୍କ ହୃଦୟକୁ ଖୁସି କରନ୍ତି । (ହିତୋ ୨୭:୧୧) ଯିହୋବା ନିଜ ସଂଗଠନ ଜରିଆରେ ପିଲାମାନଙ୍କ ପାଇଁ ବହିପତ୍ରିକାଗୁଡ଼ିକ ଓ ଭିଡିଓ ଭଳି ଆହୁରି ଅନେକ ବଢ଼ିଆ ବଢ଼ିଆ ଜିନିଷ ତିଆରି କରିଛନ୍ତି । ଏଗୁଡ଼ିକ ସାହାଯ୍ୟରୁ ବାପାମାଆମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କୁ ପ୍ରେମ କରିବା ଓ ତାଙ୍କ ଆଜ୍ଞା ପାଳନ କରିବା ପାଇଁ ଶିଖାଇପାରିବେ ।
ପିଲାମାନେ—ଯଦି ତମେ ହାର୍ ମାନିବନି ତେବେ ଯିହୋବା ତମଠାରୁ ଖୁସି ହେବେ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଗତ କିଛି ବର୍ଷ ମଧ୍ୟରେ ଯିହୋବା କେଉଁ ଉପାୟଗୁଡ଼ିକରୁ ପିଲାମାନଙ୍କ ସାହାଯ୍ୟ କଲେ ଓ ସେମାନଙ୍କୁ ସଠିକ୍ ରାସ୍ତା ଦେଖାଇଲେ ?
-
ବର୍ତ୍ତମାନ ବାପାମାଆ କେଉଁ ଜିନିଷଗୁଡ଼ିକ ସାହାଯ୍ୟରୁ ପିଲାମାନଙ୍କୁ ଶିଖାଇପାରିବେ ?
-
ଯୁବାମାନେ, ଯିହୋବାଙ୍କ ଦେଇଥିବା କେଉଁ ଜିନିଷରୁ ଆପଣଙ୍କୁ ବହୁତ ଲାଭ ହୋଇଛି ଓ କିପରି ?