ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ
ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତୁ’
ପୁନଃସାକ୍ଷାତ ଓ ବାଇବଲ ଅଧ୍ୟୟନରେ ଆମେ ଲୋକଙ୍କୁ ମୁଖ୍ୟ କଥାଗୁଡ଼ିକୁ ଭଲ ଭାବେ ବୁଝାଇବା ଉଚିତ୍ । ଏହି କଥାଗୁଡ଼ିକୁ ବୁଝାଇବା ପାଇଁ ଯଦି ଆମେ ଦୃଷ୍ଟାନ୍ତଗୁଡ଼ିକ ଦେଉ, ତେବେ ଏହି କଥାଗୁଡ଼ିକ ବ୍ୟକ୍ତିଙ୍କ ହୃଦୟକୁ ଛୁଇଁଯିବ ଏବଂ ସେ ସହଜରେ ଏହାକୁ ମନେ ରଖିପାରିବେ ।
ପୁନଃସାକ୍ଷାତ କିମ୍ବା ବାଇବଲ ଅଧ୍ୟୟନର ପ୍ରସ୍ତୁତି କରିବା ସମୟରେ ଆପଣଙ୍କ ବିଷୟରୁ ମୁଖ୍ୟ କଥାଗୁଡ଼ିକୁ ଖୋଜନ୍ତୁ, ଯାହାଫଳରେ ଆପଣ ଦୃଷ୍ଟାନ୍ତ ଦେଇ ସେଗୁଡ଼ିକୁ ବୁଝାଇପାରିବେ । ତାʼପରେ ଭାବନ୍ତୁ ଯେ ଆପଣ ଦୈନନ୍ଦିନ ଜୀବନର ଜଣାଶୁଣା ବିଷୟରୁ କʼଣ ଦୃଷ୍ଟାନ୍ତ ଦେବେ । (ମାଥି ୫:୧୪-୧୬; ମାର୍କ ୨:୨୧; ଲୂକ ୧୪:୭-୧୧) ବ୍ୟକ୍ତି ଜଣକର ପରିସ୍ଥିତି ଓ ତାଙ୍କ ଆଗ୍ରହ ଅନୁସାରେ ଦୃଷ୍ଟାନ୍ତ ଦିଅନ୍ତୁ । (ଲୂକ ୫:୨-୧୧; ଯୋହ ୪:୭-୧୫) ଯେତେବେଳେ ସେ କୌଣସି ମୁଖ୍ୟ ବିଷୟ ଭଲ ଭାବେ ବୁଝିଯିବେ ଏବଂ ଖୁସି ଦେଖାଯିବେ, ଆପଣଙ୍କୁ ବହୁତ ଖୁସି ଲାଗିବ ।
ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଆମେ ବିଦ୍ୟାର୍ଥୀଙ୍କୁ ପଦଗୁଡ଼ିକର ଅର୍ଥ କାହିଁକି ଭଲ ଭାବେ ବୁଝାଇବା ଉଚିତ୍ ?
-
ନୀତା ରୋମୀୟ ୫:୧୨ ପଦକୁ ବୁଝାଇବା ପାଇଁ କʼଣ ଉଦାହରଣ ଦେଲେ ?
-
ଭଲ ଉଦାହରଣଗୁଡ଼ିକ ଦେଲେ ବିଦ୍ୟାର୍ଥୀଙ୍କ ଉପରେ କʼଣ ପ୍ରଭାବ ପଡ଼ିବ ?
-
ପ୍ରଚାର ସେବାରେ ଆମକୁ ସଂଗଠନରୁ ମିଳୁଥିବା ଭିଡିଓ, ଚିତ୍ର ଇତ୍ୟାଦି କାହିଁକି ଦେଖାଇବା ଉଚିତ୍ ?