୨୮ ଜୁନ୍–୪ ଜୁଲାଇ
ଦ୍ୱିତୀୟ ବିବରଣ ୯-୧୦
ଗୀତ ୪୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“‘ଯିହୋବା ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ କʼଣ ଲୋଡ଼ନ୍ତି’”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୯:୧-୩ —“ଅନାକୀୟମାନେ ବଳବାନ ଓ ଦୀର୍ଘକାୟ” ଥିଲେ, ତଥାପି ଇସ୍ରାଏଲୀୟମାନେ ସେମାନଙ୍କୁ କାହିଁକି ଡରିବାର ନ ଥିଲା ? (ଇନସାଇଟ୍-୧ ପୃ ୧୦୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୧୦:୧-୨୨ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୯)
ବାଇବଲ ଅଧ୍ୟୟନ: (୫ ମି.) ଖୁସିର ଖବର ପାଠ ୧୨ ¶୪-୫ (ଶିଖାଇବା ଅଧ୍ୟୟନ ୧୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଭିଡିଓ-ଗେମ୍ସ—କʼଣ ଆପଣ ସତରେ ଜିତୁଛନ୍ତି ?: (୭ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ସବୁବେଳେ ଭିଡିଓ-ଗେମ୍ସ ଖେଳିଲେ ଆପଣଙ୍କ ସମୟ କିପରି ନଷ୍ଟ ହୋଇପାରେ ? ଜୀବନରେ ଭିଡିଓ-ଗେମ୍ସଠାରୁ କେଉଁ ବିଷୟଗୁଡ଼ିକ ଅଧିକ ଜରୁରୀ ? (ଏଫି ୫:୧୫, ୧୬) ଆପଣ ଯେଉଁ ପ୍ରକାରର ଭିଡିଓ-ଗେମ୍ସ ଖେଳନ୍ତି, ସେଥିରୁ କିପରି ଜଣାପଡ଼େ ଯେ ଆପଣ ମନ୍ଦ ବିଷୟଗୁଡ଼ିକୁ ନୁହେଁ ବରଂ ଉତ୍ତମ ବିଷୟଗୁଡ଼ିକୁ ପସନ୍ଦ କରନ୍ତି ? ଆପଣ କେଉଁ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଲେ ସଠିକ୍ ଅର୍ଥରେ ଜିତିପାରିବେ ?
“ମଦ ପିଇବା ମାମଲାରେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ”: (୮ ମି.) ଆଲୋଚନା; ମଦ ପିଇବା ପୂର୍ବରୁ ଭାବନ୍ତୁ ପରିଣାମ ବିଷୟରେ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଶୁଣ ଓ ଜୀବନ ପାଅ ଭାଗ ୯ ଓ ୧୦, ପୃ ୨୦-୨୩
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୨ ଏବଂ ପ୍ରାର୍ଥନା