इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବୁଝିବିଚାରି କାମ କରିବାର ଶକ୍ତିକୁ ତାଲିମ ଦେବା ଜାରି ରଖନ୍ତୁ

ବୁଝିବିଚାରି କାମ କରିବାର ଶକ୍ତିକୁ ତାଲିମ ଦେବା ଜାରି ରଖନ୍ତୁ

ଜଣେ ଖେଳାଳୀକୁ ଲଗାତାର ବ୍ୟାୟାମ କରିବାକୁ ହୁଏ, ଯାହାଫଳରେ ସେ ସବୁବେଳେ ଭଲ ଖେଳି ପାରିବ । ଠିକ୍‌ ସେହିପରି ଆମକୁ ମଧ୍ୟ ନିଜ ବୁଝିବିଚାରି କାମ କରିବାର ଶକ୍ତିକୁ ତାଲିମ ଦେବା ଜାରି ରଖିବା ଉଚିତ୍‌ । ତେବେ, ଆମେ ଏହି ଶକ୍ତିକୁ ଭଲଭାବେ ବ୍ୟବହାର କରିପାରିବା । (ଏବ୍ରୀ ୫:୧୪) ଅନ୍ୟମାନେ ଯାହା ନିଷ୍ପତ୍ତି ନେଇଛନ୍ତି ସେହି ନିଷ୍ପତ୍ତି ନେବା ଆମକୁ ସହଜ ଲାଗିପାରେ । କିନ୍ତୁ ଏପରି କରିବା ପରିବର୍ତ୍ତେ ଆମେ ନିଜେ ଭାବିଚିନ୍ତି ସଠିକ୍‌ ନିଷ୍ପତ୍ତି ନେବା ଉଚିତ୍‌ । ଏହା କାହିଁକି ଜରୁରୀ ? କାରଣ ଆମ ପ୍ରତ୍ୟେକଙ୍କୁ ନିଜ ନିଷ୍ପତ୍ତିଗୁଡ଼ିକ ପାଇଁ ଈଶ୍ୱରଙ୍କୁ ହିସାବ ଦେବାକୁ ହେବ ।—ରୋମୀ ୧୪:୧୨.

ଆମେ ଅନେକ ବର୍ଷ ହେଲା ସତ୍ୟରେ ଅଛୁ କିନ୍ତୁ ଆମର ସବୁ ନିଷ୍ପତ୍ତି ସଠିକ୍‌ ହେବ ବୋଲି ଭାବିବା ଉଚିତ୍‌ ନୁହେଁ । ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଆମେ ଯିହୋବା, ତାହାଙ୍କ ବାକ୍ୟ ଓ ତାହାଙ୍କ ସଂଗଠନର ପରାମର୍ଶ ମାନିବା ଉଚିତ୍‌ ।—ଯିହୋ ୧:୭, ୮; ହିତୋ ୩:୫, ୬; ମାଥି ୨୪:୪୫.

ଉତ୍ତମ ବିବେକ ରଖନ୍ତୁ ନାମକ ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।

  • ଏମାଙ୍କୁ କʼଣ ନିଷ୍ପତ୍ତି ନେବାର ଥିଲା ?

  • ଜଣେ ବ୍ୟକ୍ତି ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେବା ସମୟରେ ଆମେ କାହିଁକି ତାଙ୍କୁ ନିଜ ମତ ଦେବା ଉଚିତ୍‌ ନୁହେଁ ?

  • ଜଣେ ଭାଇ ଓ ତାଙ୍କ ପତ୍ନୀ ଏମାଙ୍କୁ କʼଣ ପରାମର୍ଶ ଦେଲେ ?

  • ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଏମାଙ୍କୁ ଭଲ ତଥ୍ୟ କେଉଁଠାରୁ ମିଳିଲା ?