ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ବୁଝିବିଚାରି ଜୀବନସାଥୀ ବାଛନ୍ତୁ
ଶଲୋମନ ମୂର୍ଖ ଭଳି କାମ କଲେ । ସେ ଏପରି ସ୍ତ୍ରୀମାନଙ୍କୁ ବିବାହ କଲେ, ଯେଉଁମାନେ ମିଥ୍ୟା ଦେବାଦେବୀଙ୍କୁ ପୂଜା କରୁଥିଲେ (୧ରାଜା ୧୧:୧, ୨; ପ୍ର୧୮.୦୭-ହି ପୃ ୧୮ ¶୭)
ଶଲୋମନର ସ୍ତ୍ରୀମାନେ ତାʼ ହୃଦୟକୁ ଧିରେ ଧିରେ ଏପରି କଲେ, ଯାହାଫଳରେ ସେ ଯିହୋବାଙ୍କୁ ଛାଡ଼ିଦେଲେ (୧ରାଜା ୧୧:୩-୬; ପ୍ର୧୯.୦୧-ହି ପୃ ୧୫ ¶୬)
ଯିହୋବା ଶଲୋମନଙ୍କ ଉପରେ ବହୁତ ରାଗିଲେ (୧ରାଜା ୧୧:୯, ୧୦; ପ୍ର୧୮.୦୭-ହି ପୃ ୧୯ ¶୯)
ବାଇବଲରେ ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ କେବଳ “ପ୍ରଭୁଙ୍କଠାରେ” ବିବାହ କରନ୍ତୁ । (୧କରି ୭:୩୯) କିନ୍ତୁ ତାʼର ଅର୍ଥ ଏହା ନୁହେଁ ଯେ ଯଦି ଜଣେ ବ୍ୟକ୍ତି ବାପ୍ତିସ୍ମ ନେଇଛି, ତେବେ ସେ ଆପଣଙ୍କ ପାଇଁ ଭଲ ଜୀବନସାଥୀ ହେବ । କାହାରିକୁ ବି ବିବାହ କରିବାରେ ତରବର ହୁଅନ୍ତୁ ନାହିଁ । ପ୍ରଥମେ କିଛି ସମୟ ନିଅନ୍ତୁ ଆଉ ତାକୁ ଜାଣନ୍ତୁ । ନିଜକୁ ପଚାରନ୍ତୁ, ‘କʼଣ ସେ ପ୍ରାଣପଣରେ ଯିହୋବାଙ୍କ ସେବା କରିବା ପାଇଁ ମୋତେ ସାହାଯ୍ୟ କରିବ ? କʼଣ ତାକୁ ଯିହୋବାଙ୍କ ସେବା କରିବାର କିଛି ସମୟ ହୋଇଛି ? କʼଣ ତାʼର କାମଗୁଡ଼ିକରୁ ଜଣାପଡ଼େ ଯେ ସେ ଯିହୋବାଙ୍କୁ ହୃଦୟରୁ ପ୍ରେମ କରେ ?’