ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ନିଜର ଲୋକମାନଙ୍କୁ ହରାଇବାର ଦୁଃଖ କିପରି ସହିବା ?
ଯେବେ ଆମ ନିଜର ଲୋକମାନଙ୍କ ମୃତ୍ୟୁ ହୋଇଯାଏ, ତେବେ ଆମେ ପୂରା ଭରସା ରଖୁ ଯେ ଯିହୋବା ସେମାନଙ୍କୁ ପୁଣି ଜୀବିତ କରିବେ । ଏହି ଆଶାରୁ ଆମକୁ ବହୁତ ସାନ୍ତ୍ୱନା ମିଳେ । ତଥାପି ପାପ ଓ ମୃତ୍ୟୁ ଏପରି ଚାଦର ଭଳି ଅଟେ, ଯାହା ଆମ ସମସ୍ତଙ୍କୁ ଗୁଡ଼ାଇଛି ଏବଂ ଯାହାଫଳରେ ଆମେ ଅଣନିଃଶ୍ୱାସୀ ଅନୁଭବ କରୁ । (ଯିଶା ୨୫:୭, ୮) ଏହା ଗୋଟିଏ କାରଣ ଯେ କାହିଁକି ‘ସମସ୍ତ ସୃଷ୍ଟି ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ବେଦନାରେ ବ୍ୟଥିତ ହେଉଅଛି ।’ (ରୋମୀ ୮:୨୨) ଯେବେ ପର୍ଯ୍ୟନ୍ତ ଆମ ନିଜର ଲୋକମାନଙ୍କୁ ଜୀବିତ କରା ନ ଯାଏ, ତେବେ ଯାଏ ଆମେ ସେମାନଙ୍କୁ ହରାଇବାର ଦୁଃଖକୁ କିପରି ସାମନା କରିପାରିବା ? ବାଇବଲରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକରୁ ଆମକୁ ସାହାଯ୍ୟ ମିଳିପାରିବ ।
ଯେତେବେଳେ ଆମେ କାହାରିକୁ ମୃତ୍ୟୁରେ ହରାଉ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଡେନ୍ୟେଲ, ମାସାହିରୋ ଓ ୟୋସିମି କେଉଁ ଦୁଃଖର ସାମନା କଲେ ?
-
ସେମାନେ କେଉଁ ପାଞ୍ଚୋଟି ପରାମର୍ଶ ଆପଣାଇଲେ, ଯେଉଁଥିରୁ ସେମାନଙ୍କୁ ବହୁତ ସାହାଯ୍ୟ ମିଳିଲା ?
-
କିଏ ଆମକୁ ପ୍ରକୃତରେ ସାନ୍ତ୍ୱନା ଦେଇପାରିବେ ?—୨କରି ୧:୩, ୪